www.samajalive.in
Monday, December 15, 2025
15.1 C
Bhubaneswar

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପକ୍ଷରୁ ଆଭିମୁଖ୍ୟ କାର୍ଯ୍ୟକ୍ରମ

ଗୋପାଳପୁର: ପାଲୁର ହିଲ ପରିସରରେ ଥିବା ନିଷ୍ଟ ସ୍ଵୟଂଶାସିତ ବୈଷୟିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏମବିଏ, ଏମସିଏ, ଏମଟେକ ଏବଂ ବିଟେକ ଏଲଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ନୂତନ ପ୍ରତିଭା ଅନ୍ବେଷଣ ନେଇ ଏକ ଆଭିମୁଖ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼ ଶିବାନୀ ଗୁରୁ ଅଧକ୍ଷତା କରିବା ସହ ସଭା ପରିଚାଳନା କରିଥିବା ବେଳେ ନିଷ୍ଟ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ ସୁକାନ୍ତ କିଶୋର ମହାପାତ୍ର , ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ତ୍ରିପାଠୀ ପରିଚିତ କରାଇ ପରବର୍ତ୍ତୀ ପ୍ରକ୍ରିୟାକୁ ସଂଯୋଜନା କରିଥିଲେ। ଡ଼ ମହାପାତ୍ର ଏହି ଅବସରରେ ବିଦ୍ୟାର୍ଥୀମାନଙ୍କୁ ଅନୁଷ୍ଠାନର କାର୍ଯ୍ୟକାରିତା ବିଷୟରେ ସୂଚନା ଦେବା ସହ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଉଦ୍ୟୋଗୀ ଗଠନ ତଥା ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ କରିବା ପାଇଁ ସେ ଅନୁଷ୍ଠାନର ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି‌‌ କାର୍ଯକ୍ରମରେ ମହାବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ଅନୁଭୂତି ପ୍ରକାଶ କରିଥିଲେ। ଡ଼ ଆକାଂକ୍ଷା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories