www.samajalive.in
Sunday, December 14, 2025
18.1 C
Bhubaneswar

ବାହାଘର ଡିଜେ ସାଉଣ୍ଡ ଶୁଣି ମରିଗଲେ ୬୩ କୁକୁଡ଼ା, ନୀଳଗିରି ଥାନାରେ ଫାର୍ମ ମାଲିକ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାହାଘରରେ ବରଯାତ୍ରୀ ଦଳ ଡିଜେ ବଜାଇବାରୁ ଫାର୍ମ ଭିତରେ ଥିବା ୬୩ଟି କୁକୁଡ଼ା ମରିଯିବାରୁ ଏନେଇ କୁକୁଡ଼ା ଫାର୍ମ ମାଲିକ ଥାନାରେ ଏତଲା ଦେଇଛନ୍ତି।

ନୀଳଗିରି ଥାନା ଅଧୀନ କାଣ୍ଡଗରଡ଼ି ଗାଁର ଧୀରେନ୍ଦ୍ର ପରିଡ଼ାଙ୍କ ପୁଅ ରଣଜିତ ଏକ କୁକୁଡ଼ା ଫାର୍ମ କରିଛନ୍ତି। ଗତ ରବିବାର ସେହି ଗାଁର ରାମଚନ୍ଦ୍ର ପରିଡ଼ାଙ୍କ କନ୍ୟାଙ୍କ ସହ ସିମୁଳିଆ ଥାନା ଅଧୀନ ମଇତାପୁର ଅଞ୍ଚଳର ଫକୀର ରାଉତଙ୍କ ପୁଅଙ୍କ ବିବାହ ହୋଇଥିଲା। ରାତି ପ୍ରାୟ ୧୧ଟା ୧୫ମିନିଟରେ ବରଯାତ୍ରୀ ଦଳ ଉଚ୍ଚ ଶବ୍ଦରେ ଡିଜେ ବଜାଇ ଗାଁରେ ନାଚଗୀତରେ ମସଗୁଲ ରହିଥିଲେ। ଯେଉଁ ଶବ୍ଦ ଶୁଣି କୁକୁଡ଼ା ଫାର୍ମରେ ଥିବା ୨ହଜାର କୁକୁଡ଼ା ସବୁ ନିଜ ନିଜ ଭିତରେ ଧକ୍କା ଲାଗି ଯାଇଥିଲେ। ଫାର୍ମ ଭିତରେ କୁକୁଡ଼ା ଉଡ଼ିବାରୁ ସେମାନଙ୍କ ମଧ୍ୟରୁ ୬୩ଟି କୁକୁଡ଼ା ମରି ଯାଇଛନ୍ତି। ସେପଟେ ଜୋର ଶବ୍ଦ ବନ୍ଦ କରିବାକୁ ଫାର୍ମ ମାଲିକ ଗୁହାରି କରିଥିଲେ ହେଁ ବରଯାତ୍ରୀ ଦଳ କିଛି ଭ୍ରୁକ୍ଷେପ କରିନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଫାର୍ମ ମାଲିକ କନ୍ୟାପକ୍ଷଙ୍କୁ କ୍ଷତିପୂରଣ ମାଗିବାରୁ ସେମାନେ ଆପୋଷ ବୁଝାମଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ଘଟଣାର କୌଣସି ସମାଧାନ ପନ୍ଥା ବାହାରି ନପାରି ଶେଷରେ ଫାର୍ମ ମାଲିକ ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଆଇଆଇସି ଦ୍ରୌପଦୀ ଦାସ ଏହି ଘଟଣାରେ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories