Patra electronics

କ୍ୟାମ୍ପସ ନିଯୁକ୍ତିରେ ସଫଳତା ହାସଲ କରିଛି ପାରାଳା ମହାରାଜା ବୈଷୟିକ ମହାବିଦ୍ୟାଳୟ

ଗୋପାଳପୁର: ରାଜ୍ୟରେ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେବା ଏବଂ କୌଶଳ ବିଦ୍ୟାର ବିକାଶ ପାଇଁ ୨୦୦୯ ମସିହାରେ ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ।ଏହା ମଧ୍ୟରେ ଏହି ଅନୁଷ୍ଠାନ ଦୀର୍ଘ ୧୨ ବର୍ଷ ଶିକ୍ଷାଦାନ ପ୍ରଦାନରେ ଆଗକୁ ବଢ଼ଥିବା ବେଳେ ଆରମ୍ଭରୁ ଏହାର ଦୃତଗାମୀ ବିକାଶ ରାଜ୍ୟର ପ୍ରମୁଖ ବୈଷୟିକ ଶିକ୍ଷାନଷ୍ଠାନମାନଙ୍କ ଭିତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଏହାର ଅଧକ୍ଷ ରଞ୍ଜନ କୁମାର ସ୍ବାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏଥି ସହ ଡ଼ ସ୍ବାଇଁ ସୂଚନା ଦେଇଥିଲେ ଯେ ରାଜ୍ୟରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଦ୍ଵାରା ସମ୍ପ୍ରତି ୨୦୨୦ ମସିହାରେ ଏହି ଅନୁଷ୍ଠାନ କୁ ସ୍ୱୟଂଶାସିତ(ପ୍ରଶାସନିକ) ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି। ଅନୁଷ୍ଠାନ ପକ୍ଷରୁ ବିଦ୍ୟାର୍ଥୀମାନଙ୍କୁ ଶିଳ୍ପ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ କରିବା ପାଇଁ ଗୁଣାତ୍ମକ ଶିକ୍ଷାର ବିକାଶ ଓ ପାଠ୍ୟକ୍ରମର ଢାଞ୍ଚାକୁ ଗୁରୁତ୍ବ ଦେଇ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଗୁଣବତ୍ତା ମାଧ୍ୟମରେ ବୃତ୍ତିଗତ ଶିକ୍ଷାରେ ପାଠ୍ୟଖସଡ଼ା ଉତ୍କର୍ଷତା ଅନୁସରଣ କରିବା ସହ ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟା, ଶିଳ୍ପ ତାଲିମ୍ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାରେ ଏକ ନିଆଁରା ପରିଚୟ ସୃଷ୍ଟି କରିପାରିଛି।

ମହାବିଦ୍ୟାଳୟରେ ନିୟମିତ ପାଠ ପଢ଼ା ସହିତ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ କଳା ଓ ପ୍ରତିଭାର ସ୍ପୁରଣ ପାଇଁ ବିଭିନ୍ନ ପ୍ରକାରରର ସଂଗଠନ ସୃଷ୍ଟି କରାଯାଇ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଅଣାଯାଇ ପାରୁଛି। ବିଦ୍ୟାର୍ଥୀମାନେ ମହାବିଦ୍ୟାଳୟ ପରିସରରେ ତାଲିମ ମାଧ୍ୟମରେ କମ୍ୟୁଟର ସଫ୍ଟୱେର, ହାର୍ଡୱେରରେ ଜଡ଼ିତ ରହି ଜାଭା ଓ ପାଇଥନ ଭଳି ନାନାଦି ପାଠ୍ୟକ୍ରମରେ ଯୋଡ଼ିହୋଇ ନିଜକୁ ପ୍ରତିଷ୍ଠିତ କରିପାରିଛି। ଏହି ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ସହିତ କ୍ୟାମ୍ପସ୍ ପ୍ଲେସମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ବିଶେଷ କରି କମ୍ପ୍ୟୁଟର ବିଜ୍ଞାନ ବିଭାଗର ଶିକ୍ଷାର୍ଥୀ ୭୦%ରୁ ଅଧିକ ସୁଫଳ ପ୍ଲେସମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗରେ ୬୫-୭୦% ଛାତ୍ରଛାତ୍ରୀ, ମେକାନିକାଲ ଓ ଏଲେକ୍ଟ୍ରିକଲ ବିଭାଗରେ ୬୦ରୁ ୭୦% ଇନକ୍ୟାମ୍ପସ୍ ସହିତ ଅଫକ୍ୟାମ୍ପସ ଛାତ୍ରଛାତ୍ରୀ ନିଜର ସଫଳତା ହାସଲ କରିଥିବା ଅଧ୍ୟକ୍ଷ ସ୍ବାଇଁ ମତବ୍ୟକ୍ତ କରିଥିଲେ।

Comments are closed.