ଗୋପାଳପୁର : ଗୋପାଳପୁରରେ ଲଜ୍ଜା। ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣ ବଳାତ୍କାରର ଶିକାର ହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏକ ମାମଲା ରୁଜ୍ଜୁ କରିବା ସହ ଗତକାଲି ୭ ଜଣଙ୍କୁ ଅଟକ ରଖିଥିଲା। ଆଜି ଆଉ ୩ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ନେଇ ସୂଚନା ମିଳିଛି। ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ବ୍ରହ୍ମପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଛାତ୍ର ବନ୍ଧୁଙ୍କ ସହ ସମ୍ପୃକ୍ତ ଛାତ୍ରୀ ଜଣକ ଗୋପାଳପୁର ବୁଲିବାକୁ ଆସିଥିଲେ। ପାନ୍ଥ ନିବାସ ବେଳାଭୂମି ନିକଟରେ ଉଭୟ ବସି ଗପସପ କରୁଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ପ୍ରାୟ ୧୦ ଯୁବକ ୩ଟି ମୋଟର ସାଇକେଲରେ ଆସି ବେଳାଭୂମିରେ ପହଞ୍ଚିଥିଲେ। ପରେ ସେଠାରେ ମଦ୍ୟପାନ କରି ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିଲେ। ପୁରୁଷ ବନ୍ଧୁ ଜଣଙ୍କ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଯୁବକମାନେ ଆକ୍ରମଣ କରିଥିଲେ। ପରେ ଛାତ୍ରୀଙ୍କୁ ସେଠାରୁ ଟେକି ନେଇ ଗଣ ବଳାତ୍କାର କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକ ଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Popular Categories



