www.samajalive.in
Friday, December 5, 2025
27.1 C
Bhubaneswar

ଧୀରେ ଧୀରେ ସୁସ୍ଥ ହେବେ ତିନି ଠାକୁର; ଲାଗି ହେଲା ଫୁଲୁରି ତେଲ

ପୁରୀ: ଅଣସର ପଞ୍ଚମୀ ତିଥି ଅବସରରେ ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ୱର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି। ଜ୍ବରରୁ ଉପଶମ ପାଇଁ ସୋମବାର ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରି ତେଲ। ଏହାପରେ ଧୀରେ ଧୀରେ ସୁସ୍ଥ ହେବେ ତିନି ଠାକୁର। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପର ମୁତାବକ ବଡ଼ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା । ଏହା ପରେ ବଡ଼ ଓଡ଼ିଆ ମଠର ମହନ୍ତ ଓ ଅନ୍ୟ ସାଧୁସନ୍ଥ ଶୋଭାଯାତ୍ରାରେ ତିନିଟି ମାଟି ଘଡ଼ିରେ ଫୁଲୁରି ତେଲ ଧରି ଶ୍ରୀମନ୍ଦିରରେ ବିଜେ କରିଥିଲେ । ତିନି ଘଡ଼ିରେ ଘଣାପେଡ଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ ଆଦି ଫୁଲର ମିଶ୍ରଣ କରାଯାଇଥାଏ। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ବଡ଼ ଓଡ଼ିଆ ମଠ ମହନ୍ତ ସ୍ବତନ୍ତ୍ର ପଦ୍ଧତି ଅନୁସରଣ କରିଥାନ୍ତି । ଯାହା ବର୍ତ୍ତମାନ ସୁଦ୍ଧା ଗୁପ୍ତ ରଖାଯାଇଛି। ଓ ଘଣାପେଡ଼ା ରାଶି ତେଲରେ ୧୪ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚରମୂଳି ଏବଂ ସୁବାସିତ ଦ୍ରବ୍ୟ ପକାଇ ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥାଏ।

ପ୍ରତ୍ୟେକ ବର୍ଷ ହେରା ପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟିତଳେ ପୋତା ଯାଇଥାଏ । ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହାକୁ ମାଟି ତଳୁ ବାହାର କରାଯାଇଥାଏ। ପରେ କପଡ଼ାରେ ଛଣାଯାଇ ମାଟି ଘଡ଼ିରେ ଶ୍ରୀମନ୍ଦିରକୁ ନିଆଯାଇଥାଏ । ଏହାପରେ ଦଇତାପତି, ପତି ମହାପାତ୍ର, ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories