www.samajalive.in
Tuesday, December 9, 2025
16.1 C
Bhubaneswar

ଧୀରେ ଧୀରେ ସୁସ୍ଥ ହେବେ ତିନି ଠାକୁର; ଲାଗି ହେଲା ଫୁଲୁରି ତେଲ

ପୁରୀ: ଅଣସର ପଞ୍ଚମୀ ତିଥି ଅବସରରେ ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ୱର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି। ଜ୍ବରରୁ ଉପଶମ ପାଇଁ ସୋମବାର ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରି ତେଲ। ଏହାପରେ ଧୀରେ ଧୀରେ ସୁସ୍ଥ ହେବେ ତିନି ଠାକୁର। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପର ମୁତାବକ ବଡ଼ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା । ଏହା ପରେ ବଡ଼ ଓଡ଼ିଆ ମଠର ମହନ୍ତ ଓ ଅନ୍ୟ ସାଧୁସନ୍ଥ ଶୋଭାଯାତ୍ରାରେ ତିନିଟି ମାଟି ଘଡ଼ିରେ ଫୁଲୁରି ତେଲ ଧରି ଶ୍ରୀମନ୍ଦିରରେ ବିଜେ କରିଥିଲେ । ତିନି ଘଡ଼ିରେ ଘଣାପେଡ଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ ଆଦି ଫୁଲର ମିଶ୍ରଣ କରାଯାଇଥାଏ। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ବଡ଼ ଓଡ଼ିଆ ମଠ ମହନ୍ତ ସ୍ବତନ୍ତ୍ର ପଦ୍ଧତି ଅନୁସରଣ କରିଥାନ୍ତି । ଯାହା ବର୍ତ୍ତମାନ ସୁଦ୍ଧା ଗୁପ୍ତ ରଖାଯାଇଛି। ଓ ଘଣାପେଡ଼ା ରାଶି ତେଲରେ ୧୪ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚରମୂଳି ଏବଂ ସୁବାସିତ ଦ୍ରବ୍ୟ ପକାଇ ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥାଏ।

ପ୍ରତ୍ୟେକ ବର୍ଷ ହେରା ପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟିତଳେ ପୋତା ଯାଇଥାଏ । ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହାକୁ ମାଟି ତଳୁ ବାହାର କରାଯାଇଥାଏ। ପରେ କପଡ଼ାରେ ଛଣାଯାଇ ମାଟି ଘଡ଼ିରେ ଶ୍ରୀମନ୍ଦିରକୁ ନିଆଯାଇଥାଏ । ଏହାପରେ ଦଇତାପତି, ପତି ମହାପାତ୍ର, ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories