www.samajalive.in
Friday, December 5, 2025
27.1 C
Bhubaneswar

ଇରାନ ଉପରେ ବଡ଼ ନିଷ୍ପତ୍ତି ନେବ ଆମେରିକା ! ଜି-୭ ବୈଠକ ଅଧାରୁ ଚାଲିଗଲେ ଟ୍ରମ୍ପ, ତେହରାନ ଛାଡ଼ିବାକୁ ପରାମର୍ଶ

ସମାଜ ଡିଜିଟାଳ ଡେସ୍କ: ଇରାନ ଉପରେ ବଡ଼ ନିଷ୍ପତ୍ତି ନେଇପାରେ ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ଚାଲିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ୍‌ ଜି-୭ ଶିଖର ସମ୍ମିଳନୀ ଅଧାରୁ ଫେରିଆସିଥିବାରୁ ଏଭଳି କିଛି ଆକଳନ କରାଯାଉଛି। ଇରାନ ପରମାଣୁ ଚୁକ୍ତି କରିବାକୁ ମନା କରିଦେବା ପରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଥିବାବେଳେ ଟ୍ରମ୍ପ ହଠାତ୍ ବୈଠକରୁ ଚାଲିଆସିବା ଏବଂ ଲୋକଙ୍କୁ ତେହରାନ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେବା, ଅନେକ ଦିଗକୁ ଇଙ୍ଗିତ କରୁଛି। ଇସ୍ରାଏଲ ଯୁଦ୍ଧରେ ଆମେରିକାର ସହଯୋଗ ଲୋଡ଼ିଥିବାବେଳେ ଆମେରିକା ପକ୍ଷରୁ ଏକ ଯୁଦ୍ଧ ଜାହାଜ ମଧ୍ୟପ୍ରାଚ୍ୟକୁ ପଠାଯାଇଛି। ତେଣୁ ଯୁଦ୍ଧରେ ଆମେରିକା ସାମିଲ ହେବାର ସମ୍ଭାବନା ରହିଥିବା କୁହାଯାଉଛି।

ହ୍ବାଇଟହାଉସ ମୁଖପାତ୍ର କାରୋଲିନ ଲିଭିଟ କହିଛନ୍ତି, ଟ୍ରମ୍ପ ସମ୍ମିଳନୀରେ ୨୪ ଘଣ୍ଟାରୁ କମ ସମୟ ରହିଛନ୍ତି। ସମ୍ମିଳନୀରେ ବହୁ କାମ ସମ୍ପନ୍ନ ହୋଇଛି। କିନ୍ତୁ ମଧ୍ୟପ୍ରାଚ୍ୟର ସ୍ଥିତି ଗମ୍ଭୀର ଯୋଗୁ ଟ୍ରମ୍ପଙ୍କୁ ତୁରନ୍ତ ଯିବାକୁ ପଡୁଛି। ଅନ୍ୟପଟେ ଟ୍ରମ୍ପ ଫେରିବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି। ତା’ ସହିତ ସମସ୍ତେ ତୁରନ୍ତ ତେହରାନ ଛାଡ଼ି ଅନ୍ୟତ୍ର ଚାଲିଯିବା ଉଚିତ ବୋଲି ସେ କହିଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନ ଚୁକ୍ତି ସ୍ଵାକ୍ଷର କରିବା ଉଚିତ ଥିଲା। ମୁଁ ଚୁକ୍ତି କରିବାକୁ କହିଥିଲି। ଇରାନ ଲଜ୍ଜାଜନକ କାର୍ଯ୍ୟ କରିଛି ଏବଂ ଏହା ଯୋଗୁ ଲୋକଙ୍କ ଜୀବନ ନଷ୍ଟ ହୋଇଛି। ଇରାନ କେବେ ବି ପରମାଣୁ ଅସ୍ତ୍ର ରଖିପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories