www.samajalive.in
Saturday, December 6, 2025
17.1 C
Bhubaneswar

ଆୟାତୋଲ୍ଲା ଅଲ୍ଲୀ ଖାମନେଇ କିଏ, ଯାହାଙ୍କୁ ମାରିବାକୁ ଚାହୁଁଛି ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତାନ୍ୟାହୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ହତ୍ୟା ପରେ ହିଁ ଦୁଇ ଦେଶ ମଧ୍ୟରେ ବିବାଦ ଶେଷ ହେବା ସହ ଶାନ୍ତି ଫେରିବ । ଇସ୍ରାଏଲ ଇରାନ ବିରୋଧରେ ଚଳାଇଥିବା ସମାରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କହିଛନ୍ତି ଯେ ସେମାନଙ୍କର ଲକ୍ଷ୍ୟ ସଂଘର୍ଷକୁ ବୃଦ୍ଧି କରିବା ନୁହେଁ ବରଂ ଏହାକୁ ସମାପ୍ତ କରିବା । ଏଳଭି ସ୍ଥିତିରେ ଆସନ୍ତୁ ଜାଣିବା କିଏ ଏହି ଆୟାତୋଲ୍ଲା ଖାମନେଇ । ଯାହାଙ୍କୁ ହତ୍ୟା କରିବାକୁ ଇସ୍ରାଏଲର ନେତାନ୍ୟାହୁ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ଆୟାତୋଲ୍ଲା ଖାମନେଇ ଇରାନର ସର୍ବୋଚ୍ଚ ନେତା । ସାମରିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ, ତାଙ୍କ ଅନୁମୋଦନ ବିନା ସମଗ୍ର ଦେଶରେ କିଛି ବି ହୁଏ ନାହିଁ । ସେ ଇରାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି । ଖାମନେଇ ଇରାନର ସୁପ୍ରିମୋ ଏବଂ ସର୍ବୋଚ୍ଚ ନେତା ଅଟନ୍ତି । ଇରାନର ପ୍ରତିଷ୍ଠାତା ରୁହୋଲ୍ଲା ଖାମନେଇଙ୍କ ମୃତ୍ୟୁ ପରେ ୧୯୮୯ ମସିହାରେ ୮୫ବର୍ଷୀୟ ଆୟାତୋଲ୍ଲା ଖାମନେଇ ସର୍ବୋଚ୍ଚ ନେତା ଭାବେ ନିର୍ବାଚିତ ହୋଇଥିଲେ । ଖାମନେଇ ୧୯୩୯ ମସିହାରେ ଉତ୍ତର-ପୂର୍ବ ସହର ମଶାହଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଧାର୍ମିକ ଗୁରୁ ଥିଲେ ।

- Advertisement -

୧୯୬୨ମସିହାରେ ଆୟାତୋଲ୍ଲା ଖାମନେଇ ମହମ୍ମଦ ରେଜା ପହଲଭିଙ୍କ ବିରୋଧରେ ଆନ୍ଦୋଳନରେ ଯୋଗ ଦେଇଥିଳେ । ତା’ପରେ ସେ ତାଙ୍କର ଅନୁଗାମୀ ହୋଇଥିଲେ । ଖାମନେଇ ଅନେକ ଥର ଜେଲ ମଧ୍ୟ ଯାଇଛନ୍ତି । ୧୯୭୯ରେ ଇସଲାମିକ୍‍ ବିପ୍ଳବ ପରେ ଯେତେବେଳେ ଇରାନକୁ ପରିଚାଳନା କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା, ଖାମନେଇ ଏଥିରେ ସ୍ଥାନ ପାଇଥିଲେ । ଏହା ପରେ ସେ ଇରାନର ଉପ-ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇଆରଜିସିର ମୁଖ୍ୟ ମଧ୍ୟ ହୋଇଥିଲେ । ଇରାନର ସମ୍ବିଧାନ ଅନୁଯାୟୀ, ସର୍ବୋଚ୍ଚ ନେତା ହେଉଛନ୍ତି ଇସଲାମିକ୍‍ ଗଣରାଜ୍ୟ ଇରାନର ନୀତି ନିର୍ମାତା ।

ଇରାନର ଏହି ସର୍ବୋଚ୍ଚ ନେତା ସଶସ୍ତ୍ର ବାହିନୀର ସର୍ବୋଚ୍ଚ ସେନାପତି ମଧ୍ୟ । ଏହା ବ୍ୟତୀତ ସେ ଗୁପ୍ତଚର ଏବଂ ସୁରକ୍ଷା କାର୍ଯ୍ୟକୁ ନିୟନ୍ତ୍ରଣ କରନ୍ତି । ତାଙ୍କ ପାଖରେ ନ୍ୟାୟପାଳିକାର ସର୍ବୋଚ୍ଚ କମାଣ୍ଡରଳ ସରକାରୀ ରେଡିଓ ଟେଲିଭିଜନ ନେଟୱାର୍କ, ଆଇଆରସିଙ୍କୁ ନିଯୁକ୍ତି ଏବଂ ବହିଷ୍କାର କରିବାର କ୍ଷମତା ମଧ୍ୟ ରହିଛି । ଆମେରିକାର ଏକ ରିପୋର୍ଟ ଅନୁଯାୟୀ ଖାମନେଇଙ୍କ ସମ୍ପତ୍ତି ୨୦୦ ବିଲିୟନ ଡଲାର । ଖାମନେଇଙ୍କ ଅଧିକାଂଶ ଆୟ ପେଟ୍ରୋଲିୟମ ଏବଂ ଗ୍ୟାସ କମ୍ପାନୀଗୁଡିକରୁ ଆସିଥାଏ । ଏହା ବ୍ୟତୀତ ସେ ଚାନ୍ଦାରେ ଅନେକ ଅର୍ଥନ ମଧ୍ୟ ପାଇଥାନ୍ତି ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories