www.samajalive.in
Saturday, December 6, 2025
14.1 C
Bhubaneswar

ଶିଶୁ ବାଟିକାରୁ ଦଶମ: ୨୦ରୁ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର : ଖରାଛୁଟି ପରେ ରାଜ୍ୟରେ ଆସନ୍ତା ୨୦ତାରିଖରୁ ସମସ୍ତ ବିଦ୍ୟାଳୟ ଖୋଲିବ। ବିଦ୍ୟାଳୟ ଖୋଲିବା ଦିନଠୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ (ପିଏମ ପୋଷଣ) ରାଜ୍ୟ ନୋଡାଲ ଅଧିକାରୀ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ଏଥିସହ ଗତ ୧୧ ତାରିଖରେ ଜାରି ହୋଇଥିବା ଚିଠିରେ ଆଂଶିକ ସଂଶୋଧନ କରି ଜୁନ ୧୮ ପରିବ‌େ‌ର୍ତ୍ତ ୨୦ରେ ବିଦ୍ୟାଳୟ ଖୋଲିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନା ଅନୁଯାୟୀ, ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ। ସ୍ବାସ୍ଥ୍ୟକର ପରିବେଶ ଭିତରେ ଯେପରି ଉତ୍ତମ ଖାଦ୍ୟ ମିଳିବ, ସେ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର। ସ୍କୁଲରେ ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ। କେଉଁଠି ପାଣିଆ ଡାଲି କଥା ଉଠେ ତ ଆଉ କେଉଁଠି ପୋକରା ଚାଉଳରେ ଭାତ କଥା ଆସେ। ଏହାକୁ ରୋକିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଖୋଲିବା ପୂର୍ବରୁ ରୋଷେଇ ସ୍ଥାନ ପରିଷ୍କାର କରିବା ସହ ରେଜିଷ୍ଟର ରଖିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଖାଦ୍ୟର ମାନ ସୁନିଶ୍ଚିତ କରିବାକୁ ପ୍ରତ୍ୟେକ ବିଦ୍ୟାଳୟରେ ରହିବ ଫୁଡ ଟେଷ୍ଟିଂ ରେଜିଷ୍ଟର। ସେହିପରି ମଧ୍ୟାହ୍ନ ଭୋଜନର ସ୍ବାଦ ଚାଖିବେ ଅଭିଭାବକ (ବିଶେଷ କରି ମା’ମାନେ)। ରୋଷେଇ ସାମଗ୍ରୀ ଯାଞ୍ଚ କରିବେ ପ୍ରଧାନଶିକ୍ଷକ। ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀ ବୈଠକ କରିବେ। ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଯେପରି କୌଣସି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ କୁହାଯାଇଛି। ରୋଷେଇ ପୂର୍ବରୁ ପାଚିକା ଓ ସହାୟିକାଙ୍କୁ ରନ୍ଧନ ସାମଗ୍ରୀ ହସ୍ତାନ୍ତର କରାଯିବ। ଏହା ପୂର୍ବରୁ ସମସ୍ତ ସାମଗ୍ରୀର ଯାଞ୍ଚ ହେବ। ଯେପରି କୌଣସି ସାମଗ୍ରୀ ଖରାପ ହୋଇନଥିବ, ତାହା ନିଶ୍ଚିତ କରାଯିବ। ନୂଆ ସାମଗ୍ରୀ ମଧ୍ୟ କିଣାଯିବ। ବିଦ୍ୟାଳୟ ପରିଚାଳନା କମିଟି, ସିସିଏଚ୍‌, ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ସମସ୍ତ ମସଲା ଯାଞ୍ଚ କରାଯିବ। ପାନୀୟ ଜଳ ବ୍ୟବସ୍ଥା ନିଶ୍ଚିତ କରିବାକୁ କୁହାଯାଇଛି। ଜିଲା ଶିକ୍ଷା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ସିଆରସିସି ବିଦ୍ୟାଳୟ ବୁଲି ମାନ ପରଖିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories