www.samajalive.in
Saturday, December 6, 2025
15.1 C
Bhubaneswar

ଘରେ ପଶି କଳାକନା ବୁଲେଇଲେ ଚୋର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଦାନପୁର ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରର ବାରି କବାଟ ଭାଙ୍ଗି ୨୫ ଭରି ସୁନା ଅଳଙ୍କାର ସହ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କୁ ଭିତ୍ତି କରି ପୋଲିସ ଓ ସାଇଣ୍ଟିଫିକ ଟିମ ସନ୍ଧନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଦାନପୁର ଗ୍ରାମର ଦେବରାଜ ମହାନ୍ତି ନିଜ ଘରେ ରହୁଥିବା ବେଳେ ମଙ୍ଗଳବାର ଘର ରଙ୍ଗ କାମ ଚାଲିଥିବା ଯୋଗୁ ଘର ତାଲା ବନ୍ଦ କରି ରାତିରେ ପରିବାର ବର୍ଗ ଙ୍କ ସହ ଉପର ମହଲାରେ ସମସ୍ତେ ସୋଇଥିଲେ । ରାତି ୩ ଟା ବେଳେ ଦେବରାଜ ପରିସ୍ରା ପାଇଁ ଉଠି ଦେଖିଲେ ଘର ଆଲମାରୀ ଭଙ୍ଗା ଯାଇଥିବା ସହ ଆସବାସ ପତ୍ର ଏପଟେ ସେପଟେ ପଡିଥିଲା । ସନ୍ଦେହ ହେବାରୁ ଘର ପ୍ରତି ରୁମ ବୁଲି ଦେଖିବା ବେଳେ ବାରି ପଟ କବାଟ ଭାଙ୍ଗି ଚୋର ମାନେ ପଶି ଚୋରି କରିଥିବା ଜାଣିପାରିଥିଲେ ।
ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସୁନା ଚେନ, ସୁନା ହାର, ବ୍ରେସଲେଟ କାନଫୁଲ, ମଙ୍ଗଳସୂତ୍ର ଆଦି ୨୫ ଭରି ସୁନା ଅଳଙ୍କାର ସହ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିବା ଦେବରାଜ ଏତଲାରେ ଦର୍ଶାଇଛନ୍ତି । ଏ ନେଇ ଗୋଳନ୍ଥରା ଥାନା ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ଖୁବ ଶୀଘ୍ର ଘଟଣାରେ ସମ୍ପୃକ୍ତ ଚୋରଙ୍କୁ ଗିରଫ କରାଯିବ ବୋଲି ତଦନ୍ତ ଅଧିକାରୀ ଏସ.ଆଇ ଗଗନ କୁମାର ବେହେରା ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories