ସମାଜ ଡିଜିଟାଲ ଡେସ୍କ: ଭାରତୀୟ ସେନା ପାକିସ୍ତାନରେ ପଶି ଆତଙ୍କୀଙ୍କ ଠିକଣାରେ ଧ୍ୱଂସ ବିଧ୍ୱଂସ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନୋବେଲ ବିଜୟୀ ତଥା ସମାଜସେବୀ ମଲାଲା ୟୁସୁଫଜାଇ । ମଲାଲା ଏକ ବଡ ବୟାନ ଦେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନା ମୁଖ୍ୟ ଆସୀମ ମୁନୀରଙ୍କ ମୁହଁ ବନ୍ଦ କରିବା ସହ ଆଇନା ଦେଖାଇଛନ୍ତି । ମଲାଲା କହିଛନ୍ତି ‘ଭାରତ ହେଉଛି ଆମର ପଡୋଶୀ ଦେଶ, ଶତ୍ରୁ ନୁହେଁ । ଆମେ ପରସ୍ପର ପ୍ରତି ନଲଢି ବରଂ ଆତଙ୍କବାଦ ଓ ହିଂସା ସୃଷ୍ଟି କରୁଥିବା ବିରୋଧରେ ଲଢିବା ଦରକାର । ମଲାଲା ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ଏହି ସମୟରେ ସେହି ସମସ୍ତ ପରିବାର ଏବଂ ଲୋକମାନଙ୍କୁ ସମବେଦନ ଜଣାଉଛି । ନୀରିହ ନାଗରିକଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହାସହିତ ନୀରିହ ନାଗରିକଙ୍କ ଉପରେ ଆକ୍ରମଣ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ।
ଆତଙ୍କବାଦୀଙ୍କ ବିରୋଧରେ ଆମେ ଲଢିବା ଉଚିତ, ନା କି ପରସ୍ପର ପ୍ରତି । ପାକିସ୍ତାନ ଏବଂ ପଡୋଶୀ ଦେଶ ଗୁଡିକ ଆତଙ୍କବାଦୀ ଓ ହିଂସା ବିରୋଧରେ ଲଢିବା ଉଚିତ । ସେହି ସବୁ ଶକ୍ତି ବିରୋଧରେ ଏକତ୍ର ହେବା, ଯେଉଁମାନେ ଆମକୁ ବିଭାଜନ କରି ପରସ୍ପର ପ୍ରତି ଲଢେଇବାକୁ ଚାହୁଁଛନ୍ତି । ମଲାଲା କହିଛନ୍ତି ମୋର ଆଶା ଯେ ପାକିସ୍ତାନ ଓ ଭାରତ ଏବଂ ଅନ୍ତରାଷ୍ଟ୍ରୀୟ ସମୁଦାୟ ଏହି ସମୟରେ ଏକ ହୋଇ ସେହି ସବୁ ଶକ୍ତି ବିରୋଧରେ ଲଢିବେ । ଉତ୍ତେଜନାକୁ କମ୍ କରିବା ସହ ଶାନ୍ତି ପାଇଁ ପ୍ରୋତ୍ସହିତ କରିବା ଜରୁରୀ । କାରଣ ଏହା ହିଁ ଆମ ସମସ୍ତଙ୍କ ପାଇଁ ଆଗକୁ ବଢିବାର ଏକମାତ୍ର ଉପାୟ । ମଲାଲା ଆହୁରି ମଧ୍ୟ କହିଛନ୍ତି ‘ମୁଁ ନିଜେ ପାକିସ୍ତାନରେ ଉଗ୍ରବାଦ ଓ ଆତଙ୍କବାଦୀଙ୍କ ଶିକାର ହୋଇଛି । ପାକିସ୍ତାନର ଲୋକମାନେ ମଧ୍ୟ ଏହାର ଶୀକାର ହୋଇଛନ୍ତି । କିନ୍ତୁ ଏହାର ମୂଳକାରଣ କଣ ତାହା ଖୋଜିବା ଜରୁରୀ । ଏହି ବିଷୟରେ ଆଷଲୋଚନା କରିବା ଜରୁରୀ । କାରଣ ମୁଁ ବିଶ୍ୱାସ କରେ ନାହିଁ ଯେ କେହି ଜନ୍ମରୁ ଆତଙ୍କବାଦୀ ଓ ଉଗ୍ରବାଦୀ ହୋଇଥାନ୍ତି । ରାଗ ଏବଂ ହିଂସା ଆମର ଶତ୍ରୁ । ମଲାଲା ଉଭୟ ଭାରତ ଓ ପାକିସ୍ତାନର ନେତାମାନଙ୍କୁ ଅନୁରୋଧ କରିଛନ୍ତି ଯେ ଉତ୍ତେଜନାକୁ ରୋକାଯାଉ । ଏଭଳି ଘଡିସନ୍ଧି ସମୟରେ ପାକିସ୍ତାନରେ ପିଲାମାନଙ୍କ ସୁରକ୍ଷା ଖାସକରି ଝିଅଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି ମଲାଲା । ଯାହାଙ୍କ ସେ କାମ କରନ୍ତି । ଅନ୍ତର୍ଜାତୀୟ ସମୁଦାୟ ବର୍ତ୍ତମାନ ପଦକ୍ଷେପ ନେବା ଜରୁରୀ । ସାମୂହିକ ସୁରକ୍ଷା ଏବଂ ସମୃଦ୍ଧତା ପାଇଁ ଶାନ୍ତି ହେଉଛି ଏକମାତ୍ର ଉପାୟ ବୋଲି ମଲାଲା କହିଛନ୍ତି ।
Speaking to Sky’s @SkyYaldaHakim Pakistani education activist Malala Yousafzai has called for a de-escalation in the on-going conflict between India and Pakistan. This comes as India launched a missile strike into Pakistan overnight. https://t.co/TC2ROCL7wW
📺 Sky 501 pic.twitter.com/oOAbzVZ7HD
— Sky News (@SkyNews) May 7, 2025



