ଶ୍ରୀନଗର: ଜମ୍ମୁ-କାଶ୍ମୀର ଲାଇନ୍ ଅଫ୍ କଣ୍ଟ୍ରୋଲରେ ହାଇଆଲର୍ଟରେ ଭାରତୀୟ ସେନା । ରଜୋରୀ, ପୁଞ୍ଚ ଆଦି ସେକ୍ଟରରେ ପାକିସ୍ତାନ ପଟୁ ଘନଘନ ଗୁଳିବର୍ଷଣ ହେଉଛି । ଅସ୍ତ୍ରବିରତି ନିୟମ ଉଲ୍ଲଘଂନ କରି ପାକ୍ ସେନା ଗୁଳି ବର୍ଷଣ କରିବାରୁ ଏଥିରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ହେଲେ ପଞ୍ଚମରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର । ଭାରତୀୟ ସେନା ଅପରେସନ ସିନ୍ଦୂର ପରଠାରୁ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଘଂନ ଜାରି ରଖିଛି । ଫଳରେ ସୀମାକୁ ଲାଗିଥିବା ଗାଁ ଗୁଡିକ ପ୍ରଭାବିତ ହୋଇଛନ୍ତି । ପାକ୍ ସେନାର ଗୁଳିମାଡରେ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ନୀରିହ ଲୋକଙ୍କ ପ୍ରାଣହାନିର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରି ଜୈଶ-ଇ-ମହମ୍ମଦ ଓ ଲସ୍କର-ଏ-ତୋଇବାର ୯୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି ।
Popular Categories



