ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ: ଗୁରୁବାର ରାଶିଫଳ

ମେଷ: ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଭଲ ଆୟ ହେବ। ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଦ୍ବିଜା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।
ବୃଷ: କୃତ୍ତିକା ଓ ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ମଧୁର କଥା କହି ପରକୁ ଆପଣାର କରିବେ। ମୃଗଶିରା ଖର୍ଚ୍ଚାନ୍ତ ହେବେ।
ମିଥୁନ: ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ।
କର୍କଟ: ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପୁନର୍ବସୁ ଓ ଅଶ୍ଲେଷାର ସାମାନ୍ୟ ଶୁଭ।
ସିଂହ: ମଘା ଓ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ପ୍ରଶଂସାର ପାତ୍ର ହେବେ। ଅଖଣ୍ଡ କ୍ଷମତାର ଅଧିକାରୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପୂର୍ବା ଫାଲ୍ଗୁନୀର ସାମାନ୍ୟ ଶୁଭ।
କନ୍ୟା: ଉତ୍ତରା ଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ଦୁଃଖ, କଷ୍ଟ ସହି ମଧ୍ୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ବାଦ-ପ୍ରତିବାଦ ସତ୍ତ୍ବେ ଆଦର ଅଭ୍ୟର୍ଥନା ମିଳିବ। ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ।
ତୁଳା: ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ। କର୍ମକ୍ଷେତ୍ରରୁ ଅର୍ଥ ସହ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିଶାଖା ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ।
ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି ଆତ୍ମୀୟସ୍ବଜନଙ୍କ ଆଶୀର୍ବାଦ ପାଇ ନିଜର ଉତ୍ତରୋତର ଉନ୍ନତି କରିପାରନ୍ତି। ସମୟାନୁବର୍ତ୍ତୀ ହୋଇ ଋଣ ପରିଶୋଧ କରିପାରନ୍ତି। ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭ ଫଳ।
ଧନୁ: ମୂଳା ନକ୍ଷତ୍ରଜାତ ବ୍ୟକ୍ତି ଅଧ୍ୟାପନାର ପୂର୍ବ ପ୍ରସ୍ତୁତି ପାଇଁ ପାଠ୍ୟ ପୁସ୍ତକ ଉପରେ ଅଧ୍ୟୟନରତ ହେବେ। କର୍ମକ୍ଷେତ୍ରରୁ ନିଜ ପରିଶ୍ରମର ଫଳ ପ୍ରାପ୍ତ ହେବେ। ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ାର ସାମାନ୍ୟ ଶୁଭ।
ମକର: ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପରିଶ୍ରମ କଷ୍ଟଦାୟକ ହୋଇ ମଧ୍ୟ ତା’ର ଦାୟିତ୍ବପୂର୍ଣ୍ଣ ନିର୍ବାହ କରି ଉଚିତ ପ୍ରାପ୍ୟ ପାଇବେ। ଯାନବାହନ ସୁଖ ଭୋଗ କରିବେ। ଧନିଷ୍ଠା ଓ ଉତ୍ତରାଷାଢ଼ାର ସାମାନ୍ୟ ଶୁଭଫଳ।
କୁମ୍ଭ: ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ଧନିଷ୍ଠା ଓ ପୂର୍ବାଭାଦ୍ରର ସାମାନ୍ୟ ଶୁଭ ଫଳ।
ମୀନ: ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରି ଧନ ଅର୍ଜନ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। କର୍ମକ୍ଷେତ୍ରରୁ ବେକୟା ପ୍ରାପ୍ୟ ମିଳିପାରେ। ପୂର୍ବଭାଦ୍ର ଓ ରେବତୀର ସାମାନ୍ୟ ଶୁଭ।
Comments are closed.