www.samajalive.in
Monday, December 8, 2025
16.1 C
Bhubaneswar

ଗୋପାଳପୁରକୁ ପ୍ରବେଶ ନେଇ ଅତ୍ୟାଧିକ କଟକଣା

ଗୋପାଳପୁର: ଗୋପାଳପୁରକୁ ଅଧିକ ଆକର୍ଷଣୀୟ କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଇ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ଗୋପାଳପୁର ସମେତ ବେଳାଭୂମି ପ୍ରବେଶ ଉପରେ ଅତ୍ୟାଧିକ କଟକଣା ଜାରି କରିବା ଯୋଗୁଁ ଏହା ଆକର୍ଷଣୀୟ ହେବା ପରିବର୍ତ୍ତେ ଅନାକର୍ଷଣୀୟ ପାଲଟିଛି। ଫଳରେ ପର୍ଯ୍ୟଟକ ଏଠାରୁ ମୁହଁ ଫେରାଉଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହ ପରଠାରୁ ଅକ୍ଟୋବର ମାସ ପର୍ୟ୍ୟନ୍ତ ବିଭିନ୍ନ କଟକଣା ଯୋଗୁଁ ଗୋପାଳପୁରକୁ ପର୍ୟ୍ୟଟକଙ୍କ ଆଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। କିନ୍ତୁ ଧିରେ ଧିରେ ଏଥିରେ କିଛି କୋହଳ କରାଯିବା ସହ ଲଜ୍‍ ମାନଙ୍କରେ ୩୦ ଶତକଡା ପର୍ୟ୍ୟଟକଙ୍କୁ ନେଇ ବ୍ୟବସାୟ ଚାଲୁ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲେ ମଧ୍ୟ ଗୋପାଳପୁର ପ୍ରତି ଏହା ଲାଗୁ ହୋଇ ପାରିନଥିଲା। ଯାହାଫଳରେ ଏଠାକୁ ଗତ ଅକ୍ଟୋବର ମାସରେ ପର୍ୟ୍ୟଟକଙ୍କ ଆଗମନ ବହୁ କମ ରହିଥିଲା। ‌

ଅନ୍ୟ ପଟେ ବେଳାଭୂମିରେ ଉନ୍ନୟନମୂଳକ କାର୍ୟ୍ୟ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଦେଶ ଯୋଜନାରେ ପ୍ରାୟ ୫ କୋଟି ଟଙ୍କା ବିନିମୟରେ ବିଭିନ୍ନ କାର୍ୟ୍ୟ ଚାଲୁରହିଥିବାରୁ ପ୍ରଶାସନ ପକ୍ଷରୁ ବେଳାଭୂମି ଓ ଗୋପାଳପୁର ପ୍ରବେଶ ଉପରେ ପ୍ରତିଦିନ ନୂଆ ନୂଆ ନିୟମ ଲାଗୁ କରୁଥିବା ଯୋଗୁଁ ଏଠାକୁ ପରିବାର ସହ ସ୍ଥାନୀୟ ସମେତ ବାହାର ରାଜ୍ୟରୁ ଆସୁଥିବା ପର୍ୟ୍ୟଟକ ମାନେ ଆସୁଥିଲେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ପର୍ୟଟନ ସ୍ଥଳ କୁ ବୁଲିବାକୁ କୈାଣସି କଟକଣା ନଥିବା ବେଳେ ଗୋପାଳପୁରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଉଥିବାରୁ ଗତ ଦଶହରା ଛୁଟି ସମୟରେ ମଧ୍ୟ ଅନେକ ବାହାର ରାଜ୍ୟର ପର୍ୟ୍ୟଟକ ଗୋପାଳପୁର ଆସିଥିଲେ ମଧ୍ୟ ତିକ୍ତ ଅନୁଭୂତି ନେଇ ଫେରିବା ଦେଖାଯାଇଥିଲା।ବିଶେଷ କରି ସ୍ବଦେଶ ଦର୍ଶନ ଯୋଜନାର ସମସ୍ତ କାର୍ୟ୍ୟ ପର୍ୟଟନ ବିଭାଗ କରିବା ପରିବର୍ତ୍ତେ ବ୍ରହ୍ମପୁର ଉନ୍ନୟନ ନିଗମ ଏହି କାର୍ୟ୍ୟ କରୁଥିବା ଜଣାପଡିଛି। ବେଳାଭୂମି ପରିସରରେ ରେ ପୂର୍ବରୁ ରହିଥିବା ଟାଇଲ ଗୁଡିକ ଭଲ ରହିଥିଲେ ସୁଦ୍ଧା ସେଗୁଡିକୁ କଡାଯାଇ ନୂତନ ଟାଇଲ ଲଗାଯାଇଥିଲା। ଏଥି ସହ ପୁରୁଣା ଲାଇଟ ଗୁଡିକୁ ବାହାର କରାଯାଇ ନୂତନ ଲାଇଟ ଲଗାଗଲା। ବେଳାଭୂମିର ରାସ୍ତାକୁ ସଙ୍କୁଚିତ କରାଯାଇ ପାଦଚଲା ରାସ୍ତା ନିର୍ମାଣ ସହ ବେଳାଭୂମି ସମ୍ମୁଖ ୧ କିମି ରାସ୍ତାକୁ ନୋ ପାର୍କିଂ ଜୋନ ଭାବେ ଘୋଷଣା କରାଯଇଥିଲା।ଏହା ସହ ବେଳାଭୂମିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ତଥା ବତୀଘର ଛକ, ଓମସାଇ ଫାର୍ମାସି କଲେଜ ଛକ ଓ ରେଉ ସାହି ପଟୁ ସଂଯୋଗ କରୁଥିବା ଦୁଇଟି ରାସ୍ତାରେ ଫାଟକ ସ୍ଥାପନ ପୂର୍ବକ ବେଳାଭୂମି ରାସ୍ତାକୁ କୈାଣସି ଗାଡି ମୋଟର ପ୍ରବେଶ ଉପରେ ବାରଣ କରାଯାଇଛି। ଯାହାଫଳରେ ବେଳାଭୂମି ରେ ରହିଥିବା ପ୍ରାୟ ୧୦ ଟି ଲଜକୁ ଆସୁଥିବା ପର୍ୟ୍ୟଟକ ମାନେ ଯାଆସ ରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। ଏହା ସହ ଗତ ୩ ମାସ ହେଲା ପ୍ରଶାସନ ପକ୍ଷରୁ କେବେ ଗୋପାଳପୁର ପ୍ରବେଶ ଉପରେ କଟକଣା ଜାରି କରାଯାଉଛି ତାହା ନେଇ ପୂର୍ବରୁ କୈାଣସି ସୂଚନା ଦିଆଯାଉଥିବା ଯୋଗୁଁ ଅନେକ ସମୟରେ ପର୍ୟଟକ ମାନେ ଗୋପାଳପୁର କୁ ବୁଲିବାକୁ ଆସୁଥିଲେ ମଧ୍ୟ ଅଧ ରାସ୍ତାରୁ ଫେରିବାକୁ ବାଧ୍ୟ ହେଉଥିଲେ।

- Advertisement -

ଗୋପାଳପୁରକୁ ପ୍ରବେଶର ୨ କିମି ଦୂରରୁ ଗାଡି ପାର୍କିଂ କରି ବେଳାଭୂମି ଯିବାକୁ ବାଧ୍ୟ କରାଯାଉଥିବା ଯୋଗୁଁ ମଧ୍ୟ ଅନେକ ସମୟରେ ପର୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏହା ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଏହି ଦୂରତାକୁ କମ କରାଯାଇ ବସଷ୍ଟାଣ୍ଡ ଓ ମିନି ଷ୍ଟାଡିୟମ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଏହା ମଧ୍ୟ ବେଳାଭୂମି ଠାରୁ ୧ କିମି ଦୂର ହୃବା ଯୋଗୁଁ ବୟୋଜ୍ୟେଷ୍ଠ ଓ ଦିବ୍ୟାଗଂ ମାନେ ବେଳାଭୂମି ବୁଲିବା ମଜା ନେବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଛି। ଏହା ନେଇ ଶନିବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଗୋପାଳପୁରରେ ପହଞ୍ଚି ଏନ୍ଏସି ପକ୍ଷରୁ ଚିହ୍ନଟ ହୋଇଥିବା ପାର୍କିଂ ସ୍ଥଳ ବୁଲି ଦେଖିବା ସହ ତୁରନ୍ତ ସେହି ସ୍ଥାନରେ ପାର୍କିଂ ବ୍ୟବସ୍ଥା ଚାଲୁ କରିବାକୁ ଏନ୍ ଏ ସି ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀଙ୍କୁ ଆଦେଶ ଦେଇଥିଲେ। ଆସନ୍ତା ଏକ ସପ୍ତାହ ମଧ୍ୟରେ ବେଳାଭୂମି ସନ୍ନିକଟ ଅଞ୍ଚଳରେ ଥିବା ପାର୍କିଂ ସ୍ଥଳରେ ପାର୍କିଂ ବ୍ୟବସ୍ଥା ଚାଲୁ ହେବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। ଏହି ପାର୍କିଂ ସ୍ଥଳ କାର୍ୟ୍ୟକାରୀ ହେଲେ ପର୍ୟ୍ୟଟକଙ୍କୁ ବେଳାଭୂମି ଆଉ ଦୂର ହେବନାହିଁ ବୋଲି ଜଣାପଡ଼ିଛି।ବିଶେଷ କରି ରବିବାର ଦିନ ମଧ୍ୟାହ୍ନ ୧୨ ଟା ପରଠାରୁ ପୁଲିସ ଓ ଏନ୍ଏସି ପକ୍ଷରୁ ବସଷ୍ଟାଣ୍ଡ ଛକଠାରେ ଟ୍ରାଫିକ କଟକଣା ଲାଗୁ କରାଯିବା ସହ କୈାଣସି ଗାଡି ମୋଟରକୁ ବସଷ୍ଟାଣ୍ଡ ଛକଠାରୁ ଛଡାଯାଉନଥିବା ଯୋଗୁଁ ଲଜରେ ରହିବାକୁ ଆସୁଥିବା ପର୍ୟ୍ୟଟକ ମାନେ ହଇରାଣ ହେଉଥିବା ଲଜ୍‍ ମାଲିକମାନେ ଅଭିଯୋଗ କରିଛନ୍ତି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଗୋପାଳପୁରରେ ରହିବାକୁ ଆସୁଥିବା ପର୍ୟ୍ୟଟକମାନଙ୍କୁ ଗୋପାଳପୁର ପ୍ରବେଶ ଉପରେ ଅତ୍ୟାଧିକ କଟକଣା ଲାଗୁ ନକରିବାକୁ ଲଜ୍‍ ମାଲିକମାନେ ଦାବି ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories