ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଡାକ୍ତରୀ,ସେବିକା ଶିକ୍ଷା ପୁସ୍ତକ ପ୍ରଦର୍ଶନୀ

ଗୁରୁଡିଝାଟିଆ: ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଡାକ୍ତରୀ ଓ ସେବିକା ଶିକ୍ଷା ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ବ୍ୟବସାୟୀକ ସଂସ୍ଥା ଦ୍ୱାରା ଡାକ୍ତରୀ ,ସେବିକା ଶିକ୍ଷା ଓ ପ୍ରତିଯୋଗୀତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ସଂପର୍କିତ ପୁସ୍ତକକୁ ସେବିକା ବିଦ୍ୟାର୍ଥୀମାନେ ଦେଖିବା ସହିତ ରିହାତି ଦରରେ ମଧ୍ୟ କ୍ରୟ କରୁଥିବାର ଦେଖିବାକୁ ମିଳିଥିଲା।

prayash

ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦ ପୁସ୍ତକ ବିଦ୍ୟାର୍ଥୀମାନଙ୍କୁ ଅଧିକ ବିଷୟଗତ କ୍ଷେତ୍ରରେ ପାରଙ୍ଗମ ଓ ଦକ୍ଷ କରିଥାଏ ବୋଲି କହିବା ସହ ପୁସ୍ତକ ଅଧ୍ୟୟନରେ ସୁଦୂରପ୍ରସାରୀ ଗୁରୁତ୍ୱ ସଂପର୍କରେ ମଧ୍ୟ ପ୍ରକାଶ କରିଥିଲେ।ସେବିକା ମହାବିଦ୍ୟାଳୟ ଉପାଧ୍ୟକ୍ଷା ବାବି ଏଡଉଇନ୍, ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ, ମଧୁସ୍ମୀତା ରାଉତ ଓ ବିକ୍ରମ କେଶରୀ ରାଉତ ପ୍ରମୁଖ ଅଧ୍ୟାପକ,ଅଧ୍ୟାପିକା ଉପସ୍ଥିତ ରହିଥିଲେ। ପ୍ରକାଶଯୋଗ୍ୟ ସେବିକା ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ସଂଗଠନ ପକ୍ଷରୁ ଡାକ୍ତରୀ ଓ ସେବିକା ଶିକ୍ଷା ସଂପର୍କିତ ପୁସ୍ତକ ପ୍ରଦର୍ଶନୀ ନିମନ୍ତେ ଅଧ୍ୟକ୍ଷ ଶ୍ରୀ ଏଡଉଇନଙ୍କୁ ଅନୁରୋଧ କରାଯାଇଥିଲା।

Comments are closed.