www.samajalive.in
Monday, December 15, 2025
17.1 C
Bhubaneswar

ବିମାନବନ୍ଦରରୁ ୧୯ ଲକ୍ଷର ସୁନା ବିସ୍କୁଟ୍‌ ଜବତ

ଭୁବନେଶ୍ୱର: ମଙ୍ଗଳବାର ପୁଣିଥରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁନା ବିସ୍କୁଟ୍‌ ଧରାପଡ଼ିଛି। ଏଥିସହ ସୁନା ଚାଲାଣ ଅଭିଯୋଗରେ କଷ୍ଟମ୍‌ ବିଭାଗ ମହାରାଷ୍ଟ୍ର, ଥାନେର ଜଣେ ବାସିନ୍ଦାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଧରା ପଡ଼ିଥିବା ସୁନାର ମୂଲ୍ୟ ୧୯ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ହସ୍ତଗତ ସୂଚନା ଅନୁସାରେ ଏୟାର ଏସିଆ ବିମାନ ସଂଖ୍ୟା ଏକେ-୩୧ରେ ଜଣେ ଯାତ୍ରୀ କୁଆଲାଲୁମ୍ପୁର୍‌ରୁ ସୁନା ବିସ୍କୁଟ୍‌ ନେଇ ଭୁବନେଶ୍ୱର ଆସୁଥିବାର କଷ୍ଟମ୍‌ ଅଧିକାରୀଙ୍କୁ ନିର୍ଭରଯୋଗ୍ୟ ସୂତ୍ରରୁ ଆଗୁଆ ସୂଚନା ମିଳି ଯାଇଥିଲା। ଏଠାକାର ବିମାନବନ୍ଦରର ଟିର୍ମନାଲ୍‌-୨ରେ ଅଧିକାରୀମାନେ ପ୍ରସ୍ତୁତ ହୋଇ ରହିଥିଲେ। ବିମାନଟି ଅବତରଣ କରିବା ପରେ ଅଧିକାରୀମାନେ ସମ୍ପୃକ୍ତ ଯାତ୍ରୀଙ୍କୁ ଧରି ଯାଞ୍ଚ କରିବା ପରେ ତାଙ୍କ ଠାରୁ ଚାରିଖଣ୍ଡ ସୁନା ବିସ୍କୁଟ୍‌ ମିଳିଥିଲା। ସେ ଏହାକୁ ଅଠା ସାହାଯ୍ୟରେ ପ୍ୟାଣ୍ଟ ଭିତରେ ଲୁଚାଇ ରଖିଥିଲେ। ଜବତ ସୁନାର ଓଜନ ୬୦୭.୧୬୦ ଗ୍ରାମ୍‌ ହେବ। ଏବେ କଷ୍ଟମ୍‌ ବିଭାଗ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟାଳୟ ନେଇ ପଚରା ଉଚରା ଜାରି ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ କୁଆଲାଲମ୍ପୁର୍‌ରୁ ଭୁବନେଶ୍ୱର ଆସୁଥିବା ଏୟାର ଏସିଆ ବିମାନରୁ ଦୁଇ ଥର ସୁନା ବିସ୍କୁଟ୍‌ ଧରା ପଡିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories