www.samajalive.in
Sunday, December 14, 2025
23.1 C
Bhubaneswar

ପିଏନ୍‌ବି ମହାଠକେଇ; ଚନ୍ଦା କୋଚ୍ଚର, ଶିଖା ଶର୍ମାଙ୍କୁ ସମନ୍‌

ମୁମ୍ବଇ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବିି)ରେ ସଂଘଠିତ ୧୨,୬୩୬ କୋଟି ଟଙ୍କାର ମହାଠକେଇ ମାମଲାରେ ସିବିିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପରେ ଗୁରୁତର ଠକେଇ ତଦନ୍ତକାରୀ କାର୍ୟ୍ୟାଳୟ (ଏସ୍‌ଏଫ୍‌ଆଇଓ) ଏହାର ତଦନ୍ତକୁ ଜୋରଦାର କରିବାକୁ ଯାଇ ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଚନ୍ଦା କୋଚ୍ଚରଙ୍କ ସହ ଏକ୍ସିସ୍‌ ବ୍ୟାଙ୍କ ସିଇଓ ଶିଖା ଶର୍ମାଙ୍କୁ ସମନ୍‌ ଜାରି କରିଛି। ଅନ୍ୟପକ୍ଷରେ ସିବିଆଇ ଏହି ମାମଲାରେ ଗୀତାଞ୍ଜଳି ଗ୍ରୁପର ଉପସଭାପତି ବିପୁଲ ଚୈତାଲିଙ୍କୁ ଅଟକ ରଖିଛି। ବହୁ କୋଟି ଟଙ୍କାର ପିଏନ୍‌ବିି ଠକେଇ ଘଟଣାରେ ତଦନ୍ତକାରୀ ଏଜେନ୍ସିଗୁଡିକ ସେମାନଙ୍କର କାର୍ୟ୍ୟକୁ ତ୍ୱରିତ କରୁଥିବାର ପ୍ରଭାବ ଘରୋଇ ପୁଞ୍ଜିବଜାର ଉପରେ ପଡିଛି। ଏଥିଯୋଗୁ ନିବେଶକଙ୍କୁ ୨ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି। ଉଭୟ କୋଚ୍ଚାର ଏବଂ ଶର୍ମା ୩୧ଟି ବ୍ୟାଙ୍କକୁ ନେଇ ଗଠିତ କନ୍‌ର୍ସୋଟିୟମ୍‌ ଜରିଆରେ ମେହୁଲ ଚୋକ୍‌ସିଙ୍କ ଗୀତାଞ୍ଜଳି ଗ୍ରୁପକୁ ୫,୨୮୦ କୋଟି ଟଙ୍କାର ପରିଚାଳନା ପୁଞ୍ଜି ସୁବିଧା ଦେଇଥିବାକୁ ନେଇ ଏସ୍‌ଏଫ୍‌ଆଇଓ ସମନ୍‌ ଜାରି କରିଛି। ଏହି କନ୍‌ସୋର୍ଟିୟମ୍‌ରେ ଆଇସିଆଇସିଆଇ ବ୍ୟାଙ୍କର ୪୦୫ କୋଟି ଟଙ୍କାର ଋଣ ସାମିଲ ରହିଛି। ଏକ୍ସିସ୍‌ ବ୍ୟାଙ୍କର ମଧ୍ୟ ଏଥିରେ ଏକ ବଡ ଅଂଶ ରହିଛି। ତଦନ୍ତକାରୀ ଏଜେନ୍ସି ପକ୍ଷରୁ ଏକ୍ସିସ୍‌ ବ୍ୟାଙ୍କ ପ୍ରତିନିଧିଙ୍କ ବିବୃତି ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ପିଏନ୍‌ବି ମହାଠକେଇ ଘଟଣା ଯୋଗୁ ପୁଞ୍ଜିବଜାର ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସରେ ୪୩୦(୪୨୯.୫୮) ପଏଣ୍ଟ
ହ୍ରାସ ଘଟି ୩୩,୩୧୭.୨୦ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ନିଫ୍ଟି)ରେ ୧୦୯.୬୦ ପଏଣ୍ଟ ହ୍ରାସ ଘଟି ୧୦,୨୪୯ ପଏଣ୍ଟରେ ବନ୍ଦ ହୋଇଛି। ମଙ୍ଗଳବାର ବଜାର କାବରାର ମାନ୍ଦା ରହିବା ଫଳରେ ନିବେଶକଙ୍କୁ ୨ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories