ରେଙ୍ଗାଲି : ରେଙ୍ଗାଲି ବ୍ଲକର ଗୋଲାମାଲ ଗ୍ରାମରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ ସାହିତ୍ୟିକ ଡଃ ଗୌରୀଦାସ ପଧାନ ମୁଖ୍ୟବକ୍ତା ଓ ଗୌତମ ରଣା ସମ୍ମାନିତ ଅତିଥି ରୂପେ ଯୋଗଦେଇ ନୁଆଁଖାଇ ପର୍ବର ବୈଶିଷ୍ଟ୍ୟ, ପରମ୍ପରା ଓ ସାମାଜିକ ଜୀବନରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ।
ଗୋଲାମାଲ ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ବିଶ୍ବାଳ, ଗୋକୁଳାନନ୍ଦ ବିଶ୍ୱାଳ, ଇନ୍ଦ୍ରାବିଳାସ ପଧାନ, ବେଦମତି ଖମାରୀ, ଶୁଶିଳା ପଧାନ, ଜନନୀ ନାଏକ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କୁ ଫୁଲଚନ୍ଦନ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଓଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସରିତା ଓରାମ ଓଏନଇଇଟି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢୁଥିବା ଟ୍ବିଙ୍କଲ୍ ବିଶ୍ୱାଳଙ୍କୁ ଅତିଥିମାନେ ଫୁଲଚନ୍ଦନ, ମାନପତ୍ର, ଉପଢୌକନ ଓ ଟ୍ରଫି ଦେଇ ସମ୍ମାନୀତ କରିଥିଲେ।



