www.samajalive.in
Monday, December 15, 2025
16.1 C
Bhubaneswar

ପୁରୁଣା ରାଞ୍ଚିରୋଡରେ ଦୁର୍ଘଟଣା : ଦୁଇ ବାଇକ୍ ଆରୋହୀ ମୃତ 

ରେଙ୍ଗାଲି :  ସମ୍ବଲପୁର ସହର ଉପକଣ୍ଠର ସିନ୍ଦୁରପଙ୍କ ଛକରୁ ପରମାଣପୁର ଦେଇ ବାମର ଅଞ୍ଚଳକୁ  ସଂଯୋଗ କରୁଥିବା ପୁରୁଣାରାଞ୍ଚି ରୋଡ୍ ର କୁସୁମଡିହି ପାଖରେ ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକର ଆରୋହୀ ଗୁରୁତର ଆହତ ହୋଇଥିଲେ । ଖବରପାଇ କତରବଗା ପୁଲିସ ଘଟଣାସ୍ଥଳରେ  ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିବା ପୁଲିସୂଚନାରୁ ପ୍ରକାଶ । ମୃତ ବାଇକ୍ ଆରୋହୀ ଦ୍ବୟ ହେଲେ  ସୁନ୍ଦରଗଡର ମଣ୍ଟୁ ନାଏକ(୨୯)ଓ ମାନେଶ୍ଵରର ପ୍ରଶାନ୍ତ ସୋହେଲା(୩୦)।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories