ବର୍ଷାରେ ଧୋଇଗଲା ପୋଲ, ୫ ଗାଁକୁ ଯୋଗାଯୋଗ ବିଛିନ୍ନ
ଫୁଲବାଣୀ : କନ୍ଧମାଳ ଜିଲାର ବିିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ଏହାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ବ୍ଳକ ପରି ଫିରିଙ୍ଗିଆ ବ୍ଲକରେ ଗତ ୨ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ପାଙ୍ଗା ଉପର ସାହି ପଞ୍ଚାୟତ ବାଲିଗଟା ନିକଟରେ ଥିବା ଦନ୍ଦେଲି ପୋଲ ଧୋଇ ହୋଇ ଯାଇଛି। ଏହି ରାସ୍ତା ଗତ ୨୦୧୯ ମସିହାରେ ନିର୍ମାଣ କରାଯାଇଥିବା ବେଳେ ମାତ୍ର ଚାରି ବର୍ଷରେ ଏହା ଭାଙ୍ଗି ନଷ୍ଟ ହୋଇଛି। ଅଞ୍ଚଳର ଏକ ମାତ୍ର ଯାତାୟତ ଏବଂ ଆରଡ଼ି ରାସ୍ତା ହୋଇଥିବା ବେଳେ ଯାତାୟତର ଏକ ମାତ୍ର ଭରସା ସାଜିତିଲା। ତେବେ ବର୍ଷାରେ ପୋଲ ଧୋଇହୋଇଯିବା ଫଳରେ ପୋଲ ଉପରେ ନିର୍ଭର କରି ଅସୁଥିବା ୫ ଗାଁ ର ୬୦୦ ରୁ ଅଧିକ ଜନସାଧାରଣ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ରାତିରେ ଅଳ୍ପ କିଛି ମାତ୍ର ନଷ୍ଟ ହୋଇଥିବା ବେଳେ ଆଜି ସକାଳେ ପୋଲଟି ସମ୍ପୂଣ ଧୋଇ ହୋଇ ଯାଇଛି । ବ୍ଲକର ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏହି ୫ ଟି ଗାଁରେ ୩ ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୩ ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟ ରହଛି। ତେବେ କଲେଜରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ଗାଁ ରୁ ଫିରିଙ୍ଗିଆ ପର୍ଯ୍ୟନ୍ତ ଚାଳିଶ କିଲୋମିଟରରୁ ଅଧିକ ରାସ୍ତା ଯିବାକୁ ପଡୁଛି । ଅଞ୍ଚଳରେ ଏହାହିଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ କୌଣସି ଯାତାୟତର ବିକଳ୍ପ ନାହିଁ ଯାହାକୁ ନେଇ ଯାତାୟତ ବାଧା ପ୍ରାପ୍ତ ହୋଇଛି। ତୁରନ୍ତ ମରାମତି କିମ୍ବା ନିର୍ମାଣ କରା ନ ଗଲେ ଯାତାୟତ ବାଧା ପ୍ରାପ୍ତ ହେବା ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବା କିମ୍ବା ଆମ୍ବୁଲାନ୍ସ ହେଉ କି ବିଭିନ୍ନ ଜିନିଷ ଉପରେ ଏହି ରାସ୍ତା ଉପରେ ନିର୍ଭରଶୀଳ ହେଉଥିବା ବେଳେ ତୁରନ୍ତ ଏହି ପୋଲକୁ ନିର୍ମାଣ ପାଇଁ ୫ ଖଣ୍ଡ ଗ୍ରାମର ଅଞ୍ଚଳ ବାସୀ ପ୍ରଶାସନକୁ ଦାବୀ ଜଣାଇଛନ୍ତି।
Comments are closed.