www.samajalive.in
Sunday, December 14, 2025
19.1 C
Bhubaneswar

୬୭ ତମ ରାଜ୍ୟସ୍ତରୀୟ ସ୍କୁଲ ତିରନ୍ଦାଜ ପ୍ରତିଯୋଗିତା : କଳାହାଣ୍ଡି ଦଳର ମୟୁରଭଞ୍ଜ  ଗସ୍ତ

ଲାଞ୍ଜିଗଡ : ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଳକ ଜୟପୁର ସ୍ଥିତ ଜନତା ସରକାରୀ ବିଦ୍ୟାଳୟଠାରେ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୬୭ ତମ ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲା ଆଥଲେଟିକ ଏସୋସିଏସନ ପକ୍ଷରୁ କଳାହାଣ୍ଡି ତିରନ୍ଦାଜ ଦଳ ଆଜି ଗସ୍ତ କରିଛନ୍ତି । ଏହି ଦଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକର ୩ ଗୋଟି ବିଦ୍ୟାଳୟର ତଥା ଲାଞ୍ଜିଗଡ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲାଞ୍ଜିଗଡ ନୋଡାଲ ବିଦ୍ୟାଳୟ ଓ ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟର ୧୧ ଜଣ ବାଳିକା ଓ ୮ ଜଣ ବାଳକ ଗତ ୧୬ ତାରିଖରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।
ଖେଳାଳି ମାନେ କୋଚ୍ ଶୀମାଞ୍ଚଳ କାଟ୍ରାକାଙ୍କ ଠାରୁ ତାଲିମପ୍ରାପ୍ତ କରିଥିବା ବେଳେ ଶୀମାଞ୍ଚଳ ବେଦାନ୍ତ ଲିମିଟେଡ଼ ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏହି ୧୯ ଜଣିଆ କଳାହାଣ୍ଡି ତିରନ୍ଦାଜ ଦଳ ଆଜି ମୟୁରଭଞ୍ଜ ଗସ୍ତ କରିଥିବା ବେଳେ ଲାଞ୍ଜିଗଡ ଏସଏସଡି ସ୍କୁଲର ଖେଳ ଶିକ୍ଷକ ଜୟଲାଲ ଭୋଇ ମ୍ୟାନେଜର ଓ ଲାଞ୍ଜିଗଡ ନୋଡାଲ ସ୍କୁଲର ଖେଳ ଶିକ୍ଷୟିତ୍ରୀ ନଳିନୀ ମୁଣ୍ଡଛିନା କୋଚ୍ ଭାବେ ଖେଳାଳି ମାନଙ୍କ ସହ ଗସ୍ତ କରିଛନ୍ତି। ଏହି ଖେଳାଳିଙ୍କୁ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ,ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ବେଦାନ୍ତ ସିଏସଆର ଓ ବାହ୍ୟ ବ୍ୟାପାର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ,ଆଇପି ସଞ୍ଜୟ ମିଶ୍ର, ପୂର୍ବତନ ଆଇପି ମହେନ୍ଦ୍ର ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ନିହାର ରଞ୍ଜନ ବିଶ୍ୱାଳ, ବେଦାନ୍ତ ସିଏସଆର ଅଭିନଭ ପ୍ରତାପ, ତଥା ତିନି ଗୋଟି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀ ମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା କାମନା କରିଛନ୍ତି ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories