ଗୋଦରେଜ୍‌ ଆପ୍ଲାଏନସେସ ପକ୍ଷରୁ ଉଡେନ୍‌-ଫିନିସ୍‌ ଏସି ଓ ରେଫ୍ରିଜରେଟର ଉନ୍ମୋଚିତ

 

ଭୁବନେଶ୍ୱର: ଗୋଦରେଜ ଆପ୍ଲାଏନସେସ ପକ୍ଷରୁ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଉଡେନ୍‌-ଫିନିସ୍‌ର ହୋମ୍‌ ଆପ୍ଲାଏନସେସ ଇଓନ୍‌ ଭୋଗ୍‌କୁ ଉନ୍ମୋଚନ କରାଯାଇଛି । ଏହି ବର୍ଗମାଳାରେ ରହିଛି ଏସି ଓ ରେଫ୍ରିଜରେଟର ଯାହା ସୌନ୍ଦର୍ଯ୍ୟ ସହିତ ପ୍ରଯୁକ୍ତିର ମିଶ୍ରଣ ପ୍ରଦାନ କରୁଛି । ଏହା ଭାରତୀୟ ହୋମ ଡେକରରେ ଉନ୍ନତି ଆଣିବ ।

ଏକ ସର୍ବେକ୍ଷଣରେ ଭାଗ ନେଇଥିବା ୭୦ ପ୍ରତିଶତ ଲୋକ କହିଥିଲେ ଯେ ଘରର ସାଜସଜ୍ଜାକୁ ସୁହାଇବା ଭଳି ଆପ୍ଲାଏନସେସ ବିକଳ୍ପ ସେମାନେ ଚାହୁଛନ୍ତି । ଅଧା ଲୋକ ଚାହୁଛନ୍ତି ସବୁ କିଛି ଘର ସହ ଖାପଖାଉ ।

ଗୋଦରେଜ ଆପ୍ଲାଏନସେସ୍‌ର ବ୍ୟବସାୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କମଲ ନନ୍ଦୀ କହିଛନ୍ତିଯେ, ‘ବର୍ଦ୍ଧିତ ଆୟ ଏବଂ ସହଜରେ ଉପଲବ୍ଧ ଋଣକୁ ଦୃଷ୍ଟିରେ ରଖି ଘର ମାଲିକାନାର ହାରାହାରି ବୟସ ହ୍ରାସ ପାଉଛି ଏବଂବର୍ତମାନ ଏହା ୩୦ରେ ପହଂଚିଛିବୋଲି କୁହାଯାଉଛି । ଏହି ଯୁବ ଭାରତୀୟ ଗ୍ରାହକମାନେ ସେମାନଙ୍କ ଘର ତିଆରି କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି । ସବୁ କିଛିକୁସେମାନେ ସୁସଙ୍ଗତ ଡିଜାଇନରେ ରଖିବାକୁ ଚାହୁଥିବାବେଳେ ଘର ସାଜସଜ୍ଜା ବିଷୟରେ ସେମାନେ ଏକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି । ପ୍ରିମିୟମର ଚାଲିଥିବା ଉତ୍ସାହ ମଧ୍ୟରେ ସୌନ୍ଦର୍ଯ୍ୟ ବର୍ତମାନ କିଣାକିଣି ନିଷ୍ପତିକୁ ପ୍ରଭାବିତ କରୁଛି ।ଗୋଦରେଜ ଆପ୍ଲାଏନ୍ସର ଚିନ୍ତାଧାରା ଅନୁଯାୟୀ ଏହି ବ୍ରାଣ୍ଡ ପୁଣିଥରେ ଏହାର ସ୍ୱତନ୍ତ୍ର ପ୍ରକୃତି ଅନୁପ୍ରାଣିତ ଉଡେନ୍‌-ଫିନିସ୍‌ ରେଞ୍ଜର ଏୟାର କଣ୍ଡିସନର ଏବଂ ଫ୍ରିଜ୍‌ ଦ ଗୋଦରେଜ୍‌ ଇଓନ୍‌ ଭୋଗ୍‌ ସିରିଜ ସହିତ ଏହି ଆବଶ୍ୟକତା ବ୍ୟବଧାନକୁ ପୂରଣ କରିବା ପାଇଁ ଆଗେଇ ଆସିଛି । ଏହି ଉନ୍ମୋଚନ ସହ କମ୍ପାନି ଏହାର ପ୍ରିମିୟମ୍‌ କ୍ଷେତ୍ରର ଯୋଗଦାନକୁ ୪୫ପ୍ରତିଶତରୁ ୫୫ପ୍ରତିଶତକୁ ବୃଦ୍ଧି କରିବା ଏବଂ ଏକ ଦୃଢ଼ ଉତ୍ପାଦ ବର୍ଗମାଳା ସହିତ ଗ୍ରୀଷ୍ମକାଳୀନ ଅଭିବୃଦ୍ଧିକୁ ୨୦ଧକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।”

ଗୋଦରେଜ ଆପ୍ଲାଏନସେସର ଡିଜାଇନ ମୁଖ୍ୟ କମଲ ପଣ୍ଡିତ କହିଛନ୍ତି ଯେ,“ଆମେ ଆମର ଦ୍ରୁତ ଗତିରେ ବଦଳୁଥିବା ସହରଗୁଡ଼ିକୁ ସ୍ୱାଧୀନ ଘର ବଦଳରେ ବଡ଼ ବହୁତଳ କୋଠା ସହିତ ଦେଖିଥିଲୁ ଏବଂ ଗ୍ରାହକଙ୍କୁ ପ୍ରକୃତିଠାରୁ ଦୂରେଇ ଯାଉଥିବା ଦେଖିଥିଲୁ । କଳା ଓ ସିଲଭରରେ କାଚ ଓ ଇସ୍ପାତ ସହିତ ଅପେକ୍ଷାକୃତ ଥଣ୍ଡା ସ୍ଥାନରେ ଉପକରଣ ଚାଲୁଥିବା ବେଳେ ଭାରତୀୟ ଘରଗୁଡ଼ିକ କିପରି ଉଷ୍ମତାକୁ ସାମ୍ନା କରିଥିଲେ ତାହା ମଧ୍ୟ ଆମେ ଦେଖିଥିଲୁ । ଆମେ ପ୍ରକୃତିଠାରୁ ପ୍ରେରଣା ନେବାକୁ ପସନ୍ଦ କରିଥିଲୁ ଏବଂ ବ୍ୟବହାରରେ କୌଣସି ପରିବର୍ତନ ନକରି ଘରକୁ ମିଶ୍ରଣ ଓ ପରିପୂରକ କରିବା ଲାଗି ଏକାଧିକ ରଙ୍ଗରେ ପ୍ରାକୃତିକ ଉଡେନ-ଫିନିସ୍‌ ଉପକରଣ ତିଆରି କରିଛୁ । ଇଓନ୍‌ ଭୋଗ୍‌ ସିରିଜ୍‌ ହେଉଛି ଜଳ, ଦାଗ ଏବଂ ସ୍କ୍ରାଚ୍‌ ପ୍ରତିରୋଧୀ ଯାହାକୁ ପରିଷ୍କାର କରିବା ସହଜ ଏବଂ ସ୍ଥାୟୀ ।”

କମ୍ପାନି ଇଣ୍ଡିଆ ସର୍କସର କ୍ରିଷ୍ଣା ମେହତାଙ୍କ ସହ ସହଯୋଗିତା ସ୍ଥାପନ କରି ପ୍ରଥମ ୧୦୦୦ ଗ୍ରାହକଙ୍କ ପାଇଁ ୧୯୯୯ ଟଙ୍କା ପର୍ଯ୍ୟନ୍ତର ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଇଣ୍ଡିଆ ସର୍କସ ଆସେସୋରି ପ୍ରସ୍ତୁତ କରିଛି ।

ଇଣ୍ଡିଆ ସର୍କସର ପ୍ରତିଷ୍ଠାତା ତଥା ଡିଜାଇନ୍‌ ନିର୍ଦ୍ଦେଶକ କ୍ରିଷ୍ଣା ମେହତା କହିଛନ୍ତି ଯେ,“ଗୋଦରେଜ ଆପ୍ଲାଏନ୍ସର ନୂଆ ଉଡେନ-ଫିନିସ୍‌ ସିରିଜ୍‌ ଭାରତରେ ସାଜସଜ୍ଜା ଦୁନିଆରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମୁଁ ଏହାକୁ ମୋର ଡିଜାଇନ୍‌ ଗାଇଡରେ ପ୍ରଦର୍ଶିତ କରିଛି ଏବଂ ଗ୍ରାହକମାନଙ୍କୁ ପାଇଁ ପ୍ରକୃତି ଅନୁପ୍ରାଣିତ ଫ୍ରିଜ୍‌ ୱେୟାର ଏବଂ କୁସନଗୁଡ଼ିକୁ ଉପହାର ଭାବରେ ପ୍ରସ୍ତୁତ କରିଛୁ । ଆମେ ଆଶା କରୁଛୁ ଯେ ଏହା ଗ୍ରାହକମାନେ ସେମାନଙ୍କ ଘରେ ପ୍ରକୃତି ଅନୁପ୍ରାଣିତ ଡିଜାଇନର ଅଧିକ ସୁସ୍ଥ ଅନୁଭୂତି ପାଇପାରିବେ ।”

ଓକ୍‌ ଓ ୱାଲ୍‌ନଡ୍‌ ଉଡ ଭଳି ଦୁଇଟିସେଡରେ ଉପଲବ୍ଧଗୋଦରେଜ ଇଅନ ଭୋଗ ସିରିଜ ରେଫ୍ରିଜରେଟର ୨୭୨ ଲିଟର ଓ ୨୪୪ ଲିଟର କ୍ଷମତାରେ ଉପଲବ୍ଧହେବ । ଏହାର ମୂଲ୍ୟ ୨୭,୦୦୦-୩୨୦୦୦ ଟଙ୍କା ରହିଛି । ସାଇପ୍ରେସ, ଟିକ ଓ ମାହୋଗାଦି ଭଳି ତିନୋଟିସେଡରେ ୧.୫ ଟନ କ୍ଷମତାରେ ଉପଲବ୍ଧହୋଇଥିବାବେଳେ ତାହାର ମୂଲ୍ୟ ୩୫,୦୦୦-୩୮,୦୦୦ ଟଙ୍କା ମଧ୍ୟରେ ରହିଛି ।

Comments are closed.