www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲା ରେଳ ଉପଭୋକ୍ତା ସଂଘ

ରେଙ୍ଗାଲିକ୍ୟାମ୍ପ: ରେଳ ଉପଭୋକ୍ତା ସଂଘ ସଂଘ ,ବରଗଡ଼ର ଏକ ପ୍ରତିନିଧି ଦଳ ତା.୧/୩/୨୪ ଦିନ ସମ୍ବଲପୁରକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସାକ୍ଷାତ କରି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନକୁ ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ଅନୁରୋଧ କରିଥିଲା। ପୂର୍ବତଟ ରେଳପଥ କାର୍ଯ୍ୟାଳୟରେ ଏହାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ଚାଲିଥିବା ଯୋଜନା ସମ୍ବନ୍ଧିତ ପତ୍ର ସହିତ ଏକ ନିବେଦନ ପତ୍ର ଦିଆଯାଇ ଏହା ଉପରେ ବିଶଦ ଆଲୋଚନା ହୋଇଥିଲା।
ଉକ୍ତ ପତ୍ରରେ ପୂର୍ବତଟ ରେଳପଥର ଏକ ବିଭାଗ (ପରିଚାଳନ ବିଭାଗ) ଅନ୍ୟ ଏକ ବିଭାଗ (ଯାନ୍ତ୍ରିକ ବିଭାଗ) କୁ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ପ୍ରସ୍ତାବ ଦେଇଛି। ତେଣୁ, ଲୋକଙ୍କ ସୁବିଧା ପାଇଁ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀଯୁକ୍ତ ପ୍ରଧାନଙ୍କୁ ନିବେଦନ କରାଯାଇଥିଲା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ପ୍ରତିନିଧି ଦଳରେ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଉପ ସଭାପତି ସର୍ଦ୍ଦାର ପ୍ରିତମ ସିଂହ ଓ ସମ୍ପାଦକ କମଳ ଯୋଶୀ ରହିଥିଲେ। ବରଗଡ଼ ଜିଲା ବିଜେପି ସଭାପତି ଅଶ୍ଵିନୀ ଷଡ଼ଙ୍ଗୀଙ୍କ ପରାମର୍ଶକ୍ରମେ ଜିଲା ବିଜେପିର ପୂର୍ବତନ ସଭାପତି ତଥା ବର୍ତ୍ତମାନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ଅରୂପାନନ୍ଦ ସାହୁ ଏହି ସାକ୍ଷାତକାର କାର୍ଯ୍ୟକ୍ରମକୁ ନିଜର ବହୁମୂଲ୍ୟ ସମୟ ଦେଇ ସଫଳ କରାଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories