www.samajalive.in
Monday, December 8, 2025
14.1 C
Bhubaneswar

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଭୁବନେଶ୍ୱର-ପଲାସା ରେଳ ସେକ୍ସନ ନୀରିକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର-ପଲାସା ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି। ତାଙ୍କ ସହିତ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରକଳ୍ପ କାର୍ଯ୍ୟର ନିର୍ମାଣକାରୀ ଦଳ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍ ଏସ ବାଜୱାଙ୍କ ନେତୃତ୍ୱରେ ମଣ୍ଡଳସ୍ତରର ଅଧିକାରୀମାନେ ଯୋଗ ଦେଇଥିଲେ।

ନୀରିକ୍ଷଣ ସମୟରେ ଫୁଙ୍କୱାଲ ଅମୃତ ଷ୍ଟେସନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ସପକ୍ଷରେ ଗୁରୁତ୍ୱାରୋପ କରିଥିଲେ। ଅମୃତ ଷ୍ଟେସନ ପ୍ରକଳ୍ପ ଓ ନୀରିକ୍ଷଣ କରାଯାଇଥିବା ଷ୍ଟେସନଗୁଡିକ ହେଉଛି ଭୁବନେଶ୍ୱର, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ଖୋର୍ଦ୍ଧା ରୋଡ୍, ଲିଙ୍ଗରାଜ ଷ୍ଟେସନ ରୋଡ୍, ପଲାସା ଏବଂ ଇଛାପୁରମ୍। ଏହି ଷ୍ଟେସନଗୁଡିକରେ ଚାଲିଥିବା ନିର୍ମାଣ କାର୍ଯ୍ୟର ବର୍ତ୍ତମାନର ସ୍ଥିତିକୁ ମଧ୍ୟ ମହାପ୍ରବନ୍ଧକ ସମୀକ୍ଷା କରିଛନ୍ତି। ଏଥିସହ ଫୁଙ୍କୱାଲ ବିଭିନ୍ନ ରେଳ ଷ୍ଟେସନରେ ଟ୍ରାଫିକ୍ ସୁବିଧା ଏବଂ ଯାତ୍ରୀମାନଙ୍କ ସୁବିଧା ସମ୍ବନ୍ଧୀୟ ଭିତ୍ତିଭୂମି ଏବଂ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ମଧ୍ୟ ନିରୀକ୍ଷଣ କରିଛନ୍ତି। ଯାତ୍ରୀମାନଙ୍କୁ ଉନ୍ନତ ସେବା ଏବଂ ସୁବିଧା ଯୋଗାଇବାର ଗୁରୁତ୍ୱକୁ ଦର୍ଶାଇ ଏହି ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories