www.samajalive.in
Monday, December 15, 2025
14.1 C
Bhubaneswar

ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ଶ୍ରୀଅନ୍ନ ସମ୍ମିଳନୀର ସିଧାପ୍ରସାରଣ

ସାକ୍ଷୀଗୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନୂଆଦିଲ୍ଲୀରେ ବିଶ୍ୱ ଶ୍ରୀଅନ୍ନ ବା ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ଉଦଘାଟନ କରିଛନ୍ତି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଅନୁଷ୍ଠିତ ହୋଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସଞ୍ଜୟ କୁମାର ମହାନ୍ତି, ମତ୍ସ୍ୟ ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ, ଗୃହ ବିଜ୍ଞାନୀ ଡକ୍ଟର ସୁମିତ୍ରା ଆଚାର୍ଯ୍ୟ, କୃଷି ଯାନ୍ତ୍ରିକ ବୈଜ୍ଞାନିକ ଦୀପସିକା ପରମଜିତା, ପୁଷ୍ପାଞ୍ଜଳି ମିଶ୍ର, ନିଭା ମହାପାତ୍ର, ବିଭୂ ପ୍ରସାଦ ଦାସ ଓ ୫୦ ଜଣ ଚାଷୀ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଥିଲେ।
ଏହି ମାଣ୍ଡିଆ ଜାତୀୟ ଶସ୍ୟ ସାଧାରଣତଃ ଭାରତ ବର୍ଷର ଜଙ୍ଗଲିଆ ଓ ଉଚ୍ଚ ପଥୁରିଆ ଜମିରେ ଚାଷ ହୋଇଥାଏ। ଜଳ ସେଚନର ବିଶେଷ ଆବଶ୍ୟକତା ପଡି ନ ଥାଏ । ଜନଜାତି ସଂପ୍ରଦାୟର ଚାଷୀ ମାନେ ବହୁଳ ପରିମାଣରେ ମାଣ୍ଡିଆ ଚାଷ କରିଥାନ୍ତି । ଏହି ଖାଦ୍ୟ ଶସ୍ୟକୁ ବିଦେଶକୁ ରପ୍ତାନି କରାଯାଇ ବୈଦେଶିକ ମୁଦ୍ରା ଅର୍ଜ୍ଜନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଶ୍ରୀଅନ୍ନ ଦେଶର ଅଢ଼େଇ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ । ଏହା ଦ୍ୱାରା ଗ୍ରୀମଣ ଅର୍ଥନୀତି ସୁଦୃଢ଼ ହେବ।
କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ମଧ୍ୟ ଉପସ୍ଥିତ କୃଷକମାନଙ୍କୁ ମାଣ୍ଡିଆ ତଥା ଅନ୍ୟାନ୍ୟ ମିଲେଟ ଜାତୀୟ ଶସ୍ୟ ଚାଷ କରିବାକୁ ପରାମର୍ଶ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories