www.samajalive.in
Monday, December 15, 2025
15.1 C
Bhubaneswar

ଶ୍ରୀଅନ୍ନ ଦେଶର ଅଢ଼େଇ କୋଟି କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଶ୍ରୀଅନ୍ନ ଦେଶର ଅଢ଼େଇ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ । ଏହା ଦ୍ୱାରା ଗ୍ରୀମଣ ଅର୍ଥନୀତି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀଅନ୍ନ କେବଳ ଖାଦ୍ୟ ଓ କୃଷି ମଧ୍ୟରେ ସୀମିତ ନୁହେଁ, ଦେଶର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ବିଶ୍ୱ ଶ୍ରୀଅନ୍ନ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ  କହିଛନ୍ତି ଭାରତର ମିଲେଟ ମିଶନ ଚାଷୀମାନଙ୍କ ପାଇଁ ବରଦାନ ସଦୃଶ।  ଜାତିସଂଘ ୨୦୨୩କୁ ଆନ୍ତର୍ଜାତିକ ମିଲେଟ ବର୍ଷ ଘୋଷଣା କରିଥିବାରୁ ସେ ଗୌରବ ଅନୁଭବ କରିଥିବା କହିଛନ୍ତି । ଏଥିପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ମିଲେଟସ ଜାତୀୟ ଶସ୍ୟର ସୁଗୁଣ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଏହା ଲୋକମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ମୃତ୍ତିକାର ଉର୍ବରତାକୁ ନଷ୍ଟ ହେବାକୁ ଦିଏ ନାହିଁ ଓ ଏହାର ଚାଷ ପାଇଁ ଅଧିକ ଜଳ କିମ୍ବା କୌଣସି ରାସାୟନିକ ସାରର ଆବଶ୍ୟକତା ପଡ଼େ ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ମିଲେଟସ ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ମୁକ୍ତ ରହିଥାଏ ଓ ସେ ଦୃଷ୍ଟିରୁ ଏହା ଖାଦ୍ୟ ସୁରକ୍ଷା ସମସ୍ୟାର ସମାଧାନରେ ସାହାଯ୍ୟ କରିବ ।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ମିଲେଟ ବର୍ଷ ଉପଲକ୍ଷେ ଏକ ଡାକ ଟିକଟ ଓ  ମୁଦ୍ରା ଉନ୍ମୋଚନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories