ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଖୋଜୁଛି ପୁଲିସ

ଗୋପାଳପୁର : ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ପରିବାର ବର୍ଗଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଭାଲିଆଗଡ଼ ଗ୍ରାମରେ ନାବାଳିକା ଜଣଙ୍କ ରହୁଥିବାବେଳେ ସେ ଦଶମ ଶ୍ରେଣୀରେ ପଢୁଥିଲେ । ସୋମବାର ସକାଳେ ପରୀକ୍ଷା ଦେବା ପାଇଁ ଛାତ୍ରୀ ଜଣଙ୍କ ପରୀକ୍ଷାକେନ୍ଦ୍ରକୁ ଯାଇଥିଲେ । କିନ୍ତୁ ପରୀକ୍ଷା ସରିବା ପରେ ଅପରାହ୍ନରେ ଛାତ୍ରୀ ଜଣକ ଘରକୁ ଫେରିନଥିଲେ  ।  ଖୋଜାଖୋଜିବେଳେ ଗ୍ରାମର ଜଣେ ଯୁବକ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ପରିବାର ବର୍ଗ ଜାଣିବାକୁ ପାଇଥିଲେ । ଏ ନେଇ ଛାତ୍ରୀଙ୍କ ଭାଇ ଗୋଳନ୍ଥରା ଥାନାରେ ସୋମବାର ରାତିରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଥାନା ପକ୍ଷରୁ ଏକ  ଅପହରଣ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କୁ ଉଦ୍ଧାର କରିବା ନିମନ୍ତେ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ ସହ ମୋବାଇଲ ଫୋନ ଟ୍ରାକିଂ କରାଯାଉଥିବା ସୂଚନା ମିଳିଛି।

 

Comments are closed.