ଲସ୍ତଲା ଓ କାଦୋବାହାଲରେ  ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜା 

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ଗ୍ରାମରେ ବୁଧବାର ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଗାଆଁରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭବ୍ୟ ସୁସଜ୍ଜିତ ପୂଜା ମଣ୍ଡପ ତିଆରି  କରାଯାଇ ଗିରି ଗୋବର୍ଦ୍ଧନଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ଏହି ପୂଜା ଆରମ୍ଭ ହୋଇଥିଲା। ରୀତି ନୀତି  ସହ ଷୋଡ଼ଶ  ଉପଚାରରେ ପୂଜା କରାଯାଇ  ଘଣ୍ଟା ଶଙ୍ଖ ହୁଳହୁଳିରେ  ପରିବେଶ ଉଛୁଳି ପଡ଼ିଥିଲା। ନିକୁଞ୍ଜ ବିହାରୀ ନାଏକ ଓ ତାଙ୍କ ଧର୍ମପତ୍ନୀ ଏହି ପୂଜାର କର୍ତ୍ତା ଦାୟିତ୍ଵ  ତୁଲାଇଥିଲେ। ଶ୍ରୀକାନ୍ତ ଦାଶ, ମନ ମୋହନ ଦାଶ, ମନୋଜ କୁମାର ଦାଶ, ପ୍ରମୁଖ ପଣ୍ଡିତ  ପୂଜା କାର୍ଯ୍ୟ ତୁଲାଉଛନ୍ତି । ଏହି ଅବସରରେ  ପଣ୍ଡିତ ମାନଙ୍କ ଦ୍ଵାରା  ବାରସ୍କନ୍ଧ ପାଠ କରାଯାଇଥିଲା। ପରେ ବେଦ ମନ୍ତ୍ର ପାଠ ସହ  ହୋମ ଆରତୀ ପ୍ରଦାନ  କରାଯାଇଥିଲା। ଦୀର୍ଘ ବର୍ଷ ଧରି ଏହି ପୂଜା ହୋଇ ଆସୁଅଛି। ଲୁରୁପାଲି, ଭୂର୍ଶି ପାଲି, ବନ୍ଦା ଖରମୁଣ୍ଡା, ସୁକୁଟା ପାଲି, କୂର୍ଲ୍ଲା, ଟାଙ୍ଗର୍ ପାଲି, ରେଙ୍ଗାଲିକେମ୍ପ, କଳାପାଣି, ଆଦି ଆଖ ପାଖ ଅଞ୍ଚଳର ଦର୍ଶକ ମାନଙ୍କର ବେଶ୍ ଗହଳି ଲାଗିଥିଲା। ବିଭିନ୍ନ ପ୍ରକାର  ଦୋକାନ ବଜାର, ମୀନା ବଜାର ଆଦି ରେ ଅଞ୍ଚଳ ବେଶ ଚଳ ଚଞ୍ଚଳ ହୋଇ ଉଠିଥିଲା। ଗ୍ରାମର ଗୌନ୍ତିଆ ଙ୍କ ସହ ଗ୍ରାମବାସୀ ମନ୍ଦିର ପରିକ୍ରମା କରି ଥିଲେ । ସନ୍ଧ୍ୟାରେ ପାଇକମାଲ ର ମିଠା ପାଲି ଓ ବଲାଙ୍ଗିରର  ବାହାଲର ସଂକିର୍ତ୍ତନ ଦଳ ସଂକିର୍ତ୍ତନ ପରିବେଷଣ କରିଥିଲେ । ରାତିରେ ଜଟଲା ଶ୍ରିଗୀଡା, ଓ କାଇଁଶିର ର ନାଟକ ପରିବେଷିତ ହୋଇଥିଲା।
ସେହିପରି  ଅଞ୍ଚଳର ସର୍ବପୁରାତନ ଭାବରେ କାଦୋବାହାଲରେ ମଧ୍ୟ ବଡ ଧୁମ ଧାମ ସହ  ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇ ଯାଇଛି । ସକିଞ୍ଚଳ ଦାଶ ଓ ସନ୍ତିଶିନି ଦାଶଙ୍କ କର୍ତ୍ତା ଦାୟିତ୍ଵ ନିର୍ବାହ କ୍ରମେ ପଣ୍ଡିତ  ମନୋଜ ଦେବତା ଓ ଅଶ୍ଵିନୀ ତ୍ରିପାଠୀ ପୂଜା ଦାୟିତ୍ଵ ତୁଲାଇଥିଲେ। ମନ୍ଦିର ପୂଜକ ବାନ ଶତପଥୀ ଓ ଗୋପାଳ ଶତପଥୀ ମୁଖ୍ୟ ପୂଜା ଦାୟିତ୍ଵ ତୁଲାଇଥିଲେ।
kalyan agarbati

Comments are closed.