ଗୋପବନ୍ଧୁ ନର୍ସିଂ କଲେଜରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଗୁରୁଡିଝାଟିଆ:  ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଛି । ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷକ ନିଗମାନନ୍ଦ ସ୍ୱାଇଁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ମନକୁ ଆୟତ୍ତରେ ରଖିବା କ୍ଷେତ୍ରରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାନସିକ ସ୍ଥିତିକୁ ସୁସ୍ଥ ଓ ସନ୍ତୁଳିତ କରି ରଖିବା ସହ ଯୋଗ ନିରୋଗ ରଖିଥାଏ ବୋଲି କହିଥିଲେ । ନର୍ସିଂ କଲେଜର ଅଧ୍ୟକ୍ଷ ଏଡ୍ଉଇନ୍ ଆନନ୍ଦଙ୍କ ଉପସ୍ଥିତିରେ ଆନ୍ତର୍ଜାତିକ ଯୋଗଦିବସ ପାଳନ ଅବସରରେ ଶିକ୍ଷୟିତ୍ରୀ ମଧୁସ୍ମୀତା ରାଉତ, ସୌଦାମିନୀ ସାହୁ, ବିକ୍ରମ କେଶରୀ ରାଉତଙ୍କ ସହିତ ଅନ୍ୟ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

Comments are closed.