ଭାରତର ମୁକୁଟକୁ ଛେଦନ କରାଯାଇଛି: ଗୁଲାମନବୀ
ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ଉପରେ ରାଜ୍ୟସଭା ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ ସୋମବାର ଗୃହରେ ବିବୃତି ରଖି କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଦୃଢ ନିନ୍ଦା ତଥା ବିରୋଧ କରିଛନ୍ତି। ଜାମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରି ସରକାର ଭାରତର ମୁକୁଟ ଭାବେ ପରିଚିତ ଏହି ରାଜ୍ୟକୁ ଛେଦନ କରାଯାଇଛି। ଯାହାକି ଆଦୌ ଆଶା କରାଯାଉ ନ ଥିଲା। କେନ୍ଦ୍ର ସରକାର ଏକ ରାଜ୍ୟକୁ ଉପରାଜ୍ୟପାଳଙ୍କ ଶାସନାଧିନ କରି ଏଭଳି ନିରସ୍ତ୍ର କରିଦେବାଟା ଲଜ୍ଜାଜନକ ବିଷୟ ବୋଲି ସେ ଦର୍ଶାଇଛନ୍ତି। ଜାମ୍ମୁ-କାଶ୍ମୀରକୁ ବିଭାଜନ କରି ସରକାର ବଡ଼ଧରଣର ବିସ୍ଫୋରଣ କରିଛନ୍ତି। ଏଭଳି କରି କେନ୍ଦ୍ର ବିଭାଜନର ମୂଳଦୁଆ ପକାଇଛି। କାରଣ ଏକୀକରଣ ବିଧେୟକ ଦ୍ବାରା ନୁହେଁ ବରଂ ହୃଦୟ ଜିତିବା ଦ୍ବାରା ହୋଇଥାଏ ବୋଲି ସେ ଦର୍ଶାଇଛନ୍ତି। ଏଥିସହ ଗୁଜରାଟକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ଲାଗି ବିଧେୟକ ଆଣିବାକୁ ଆଜାଦ କେନ୍ଦ୍ରକୁ ଆହ୍ବାନ ଦେଇଛନ୍ତି। କ୍ଷମତାର ନିଶାରେ କେନ୍ଦ୍ର ଇତିହାସକୁ ଦମନ କରିଛି ବୋଲି ସେ ଦର୍ଶାଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ୩୭୦ ଧାରା ଉଚ୍ଛେଦ ପ୍ରସ୍ତାବ ଉପସ୍ଥାପନ କରିବା ପୂର୍ବରୁ ଆଜାଦ ରାଜ୍ୟର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯିବା ଉପରେ ଚର୍ଚ୍ଚା କରିବାକୁ ନିବେଦନ କରିଥିଲ। କିନ୍ତୁ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସେଥିନେଇ ଅନୁମତି ଦେଇ ନ ଥିଲେ।
Comments are closed.