www.samajalive.in
Monday, December 15, 2025
17.1 C
Bhubaneswar

ଘିଅ ପରିବା ଖେଚେଡି

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୪୦୦ ଗ୍ରାମ
ଫୁଲ କୋବି – ଅଳ୍ପ
କ୍ୟାପସିକମ – ୧ଟି
ଘିଅ  – ଆବଶ୍ୟକ ପରିମାଣରେ
ମଟର ଛୁଇଁ ମଞ୍ଜି – ଆବଶ୍ୟକ ଅନୁଯାୟୀ
ଆଳୁ – ୨ଟି
ଧନିଆ ପତ୍ର – ଅଳ୍ପ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
ଗୋଟା ଜିରା – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
କଞ୍ଚା ଲଙ୍କା – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସମସ୍ତ ପରିବାକୁ କାଟି ଧୋଇ କରି ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକର ଗରମ ହେବା ପରେ ଘିଅ ପକାନ୍ତୁ। ଘିଅରେ ଗୋଟା ଜିରା, କଞ୍ଚା ଲଙ୍କା, କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ କଟା ଟମାଟୋ,କୋବି, ଆଳୁ , ମଟର ଛୁଇଁ, କ୍ୟାପସିକମ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଚାଉଳ, ଧନିଆ ପତ୍ର ଆବଶ୍ୟକ ପରିମାଣରେ ପାଣି ଦେଇ ଗୋଟେ ସିଟି କୁକରରେ ଦେଇ ୧୫ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଖେଚେଡ଼ି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories