www.samajalive.in
Saturday, December 13, 2025
26.1 C
Bhubaneswar

ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାର ଶୁଭାରମ୍ଭ

ଲାଞ୍ଜିଗଡ: ଦୀର୍ଘ ଦଶ ମାସ ଲଢେଇ ପରେ କରୋନା ଟିକା ବାହାରିଛି। କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରେ କରୋନା ଟିକା ଦିଆଯାଉଥିବା ବେଳେ ଆଜି ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କରୋନା ଟିକା କରଣର ଶୁଭାରମ୍ଭ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟିକା କରଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। କରୋନାର ପ୍ରଥମ ଟିକା ସଫେଇ କର୍ମଚାରୀ ଗୌରଚନ୍ଦ୍ର ପୁଝାରିଙ୍କୁ ଦିଆଯାଇଥିବା ବେଳେ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ ଏହି ଟିକା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସା ଅଧିକାରୀ ଭବାନୀ ଶଙ୍କର ଲେଙ୍କା, ଡ.ନରେନ୍ଦ୍ର ନାଥ ଦାସ, ଡ଼.ନିହାର ରଞ୍ଜନ ସାହୁ, ବି ପିଏମ ସୁରଜିତ ସିଂ, ବ୍ଲକ ଏକାଉଣ୍ଟ ମ୍ୟାନେଜର ଭବାନୀ ଶଙ୍କର ସିଂ, ସୁଶାନ୍ତ କୁମାର ପାଡି ଓ ପିଏଚ ଇଓ ଦିବାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପନ୍ନ କରିଥିଲେ। ଆଜି ପ୍ରଥମ ପର୍ଯ୍ୟୟରେ ୧୦୦ ଜଣଙ୍କୁ ଟିକା ଦିଆଯାଇଥିଲା ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories