ପାର୍କିଂ ବିବାଦରୁ ଯୁବକଙ୍କ ମୁଣ୍ଡକୁ ଇଟାରେ ଛେଚି ହତ୍ୟା

ନୂଆଦିଲ୍ଲୀ – ନୂଆଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ପାର୍କିଂ ବିବାଦରୁ ଜଣେ ପୂର୍ବତନ ପୁଲିସ କର୍ମଚାରୀଙ୍କ ପୁଅର ମୁଣ୍ଡକୁ ଇଟାରେ ଛେଚି ହତ୍ୟାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଏହାପରେ ପୁଲିସ ଟିମ୍‌ ଗଠନ କରି ହତ୍ୟାକାରୀକୁ ଗିରଫ କରିବା ପାଇଁ ଚଢଉ ଜାରି ରଖିଛି ।

ଏହି ଭିଡିଓରେ ମୃତକଙ୍କ ମୁଣ୍ଡକୁ ହତ୍ୟାକାରୀ ଇଟାରେ ଛେଚି ଦେଉଥିବା ଦେଖିବା ପାଇଁ ମିଳୁଛି । ଏକ ଚଳନ୍ତା ଗାଡିରୁ ଏହାକୁ ଉତ୍ତୋଳନ କରାଯାଇଛି । ଏକ ଢାବା ନିକଟରେ ଥିବା ଗଳିରେ ଗାଡି ପାର୍କିଂକୁ ନେଇ ବିବାଦ ହୋଇଥିଲା । ପରେ ଯୁବକଙ୍କ ମୁଣ୍ଡକୁ ହତ୍ୟାକାରୀ ଇଟାରେ ଛେଚି ଦେଇଥିଲା । ପୁଲିସ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମାମଲା ରୁଜୁ ପରେ ପୁଲିସ ୫ଟି ଟିମ୍‌ ଗଠନ କରି ଏହାର ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

Comments are closed.