www.samajalive.in
Sunday, December 14, 2025
17.1 C
Bhubaneswar

ଘଣ୍ଟିଖାଲ ଏବଂ ଓରନ୍ଦାରେ ବିଜେଡିର ଜନସଂପର୍କ ପଦଯାତ୍ରା

ଗୁରୁଡିଝାଟିଆ :  ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଣ୍ଟିଖାଲ ପଞ୍ଚାୟତରେ ବିଜେଡି ତରଫରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା  କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଜନସଂପର୍କ ପଦଯାତ୍ରାରେ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଜିଲ୍ଲା ସଂପାଦକ ପ୍ରଦୀପ୍ତ କୁମାର ଦାସ, ସରପଞ୍ଚ ସୁବର୍ଣ୍ଣ ମଞ୍ଜରୀ ରାଉତରାୟ, ପୂର୍ବତନ ଜିଲ୍ଳାପରିଷଦ ସଦସ୍ୟ ଜାନକୀଲତା ନାଏକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ପ୍ରଣବାନନ୍ଦ ପ୍ରଧାନ, ରବିନ୍ଦ୍ର ବରାଳ, ଶ୍ରମିକନେତା ସନ୍ତୋଷ ବେହେରା, ବାସନ୍ତୀ ରାଉଳ, ଲକ୍ଷ୍ମୀପ୍ରିୟା ବେହେରା, ସୁବାଶ ବିଶ୍ୱାଳ, ବଳରାମ ବେହେରା, କୃଷକନେତା ନିରକାର ଲେଙ୍କା, ବିବେକାନନ୍ଦ ସାମନ୍ତରାୟ, ରଞ୍ଜନ ମୁଦୁଲି, ସରୋଜ ସ୍ୱାଇଁ ପ୍ରମୁଖ ପଦଯାତ୍ରାରେ ଘରଘର ବୁଲି ରାଜ୍ୟ ସରକାରଙ୍କ ସଫଳ ଯୋଜନା ସଂପର୍କରେ ଲୋକମାନଙ୍କୁ ବୁଝାଇବା ସହ ବିଜୁ ଜନତାଦଳ ଏକ ପରିବାର,ରାଜ୍ୟବାସୀଙ୍କ ସୁଖଦୁଃଖରେ ନିଜକୁ ସମର୍ପି ଦେଇଛି ବୋଲି କହିଥିଲେ।

- Advertisement -

ସେହିପରି ଓରନ୍ଦା ପଞ୍ଚାୟତରେ ମଧ୍ୟ ବିଜେଡି ପକ୍ଷରୁ ମଧ୍ୟ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଞ୍ଚାୟତର ବିଭିନ୍ନ ଗାଁର ସାହି ଓ ଘରଘର ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ କହିବା ସହ ସେମାନଙ୍କ ମୌଳିକ ସମାସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଜିଲ୍ଲା ପରିଷଦ ସଦସ୍ୟା ମିନତୀ ଗାଗରାଇ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ଓରନ୍ଦା ସରପଞ୍ଚ ବିନ୍ଦୁବାସୀନି ଦାସ, କଣ୍ଡରେଇ ସରପଞ୍ଚ ଜ୍ଞାନରଞ୍ଜନ ଦାସ, ବିଜୁ ଯୁବ ଜନତାଦଳର ସଭାପତି ବିନୋଦ ମାଝି, ଯୁବନେତା ରାଜୀବ ଲୋଚନ ଦାସ, ପ୍ରଣତି ନାୟକ, ନାରୀନେତ୍ରୀ ବାସନ୍ତୀ ରାଉଳ, ରିମଝିମ ରାଉତ, ପ୍ରଦୀପ କୁମାର ବିଶ୍ୱାଳ,ପ୍ରୀତିଛନ୍ଦା ବିଶ୍ୱାଳ, କେଶବ ଚନ୍ଦ୍ର ଦଳାଇ, ଜ୍ଞାନରଞ୍ଜନ ପଟ୍ଟନାୟକ ସହିତ ଦଳର ଯୁବଛାତ୍ର ନେତୃବୃନ୍ଦ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories