www.samajalive.in
Sunday, December 14, 2025
26.1 C
Bhubaneswar

କାର୍ତ୍ତିକ ସୋମବାର ଓ ସଂକ୍ରାନ୍ତିରେ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଗୁରୁଡିଝାଟିଆ : ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ସୋମବାର ଅହେତୁକ ଗହଳି ଦେଖିବାକୁ ମିଳିଥିଲା। ସୋମବାରରେ ସଂକ୍ରାନ୍ତି ପଡିଥିବାରୁ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁଙ୍କ ଭିଡ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗିରହିଥିଲା । ଫଳରେ ଦୀର୍ଘ ସମୟ ଧରି ଶ୍ରଦ୍ଧାଳୁମାନେ ଧାଡିରେ ଛିଡା ହୋଇ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିଲେ। ଗହଳି ଦୃଷ୍ଟିରୁ ପୁଲିସର ଅଧିକ ଆବଶ୍ୟକ ଥିଲେ ମଧ୍ୟ ୧୦ଜଣ ପୁଲିସ ଶ୍ରଦ୍ଧାଳୁଙ୍କୁ ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ କରାଇବାରେ ନାକେଦମ ହୋଇଥିଲେ । ବିଶେଷକରି ମହିଳା ପୁଲିସ ଅଧିକାରୀ ନିତାନ୍ତ ଆବଶ୍ୟକ ଥିବା ବେଳେ ଆଜି ଦେଖିବାକୁ ମିଳିନଥିଲେ। ଆଠଗଡ ଦେବୋତ୍ତର ବିଭାଗ ପକ୍ଷରୁ ଅଣପୂଜକମାନଙ୍କୁ ପୀଠରେ ଯେପରି ଦୌରାତ୍ମ୍ୟ ନକରିବେ ସେଥିପାଇଁ ଧବଳେଶ୍ୱର ପୂଜକ ସମିତିର ସଦସ୍ୟମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ତାହାକୁ କେହି ବ୍ୟବହାର କରୁ ନାହାନ୍ତି। ଯାହାକି ପ୍ରଶାସନକୁ ହେୟଜ୍ଞାନ କହିଲେ ଅତ୍ୟୁକ୍ତି ହେବନାହିଁ । ଅଣପୂଜକମାନେ ପୀଠର ଚତୁପାର୍ଶ୍ବରେ ଚନ୍ଦନ ଧରି ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଲଗାଉଛନ୍ତି। ଅନେକ ସମୟରେ ଏହା କେତେକ ଶ୍ରଦ୍ଧାଳୁଙ୍କ ଭାବନାକୁ କ୍ଷୁର୍ଣ୍ଣ କରୁଛି । ଦେବୋତ୍ତର ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ପଛରେ କି ରହସ୍ୟ ରହିଛି ତାହା ବୁଝା ପଡୁନାହିଁ। ଏତଦବ୍ୟତୀତ ପୀଠର ଭୋଗମଣ୍ଡପ ନିକଟରେ ବେଲପତ୍ର, କଦଳୀଚୋପା ଦୀର୍ଘ ସମୟ ଧରି ପଡିରହୁଥିବାରୁ ବାଧ୍ୟ ହୋଇ ଶ୍ରଦ୍ଧାଳୁମାନେ ତାହା ଉପରେ ଚାଲୁଛନ୍ତି।

ଆଜି ପ୍ରତ୍ୟୁଷରୁ ନୀତିପାଳିଆ କୁଳମଣି ପତ୍ରୀ ପ୍ରଭୂଙ୍କ ନୀତିକାନ୍ତି ସମାପନ କରିଥିଲେ। ପ୍ରଥମେ ଆଳତୀ କରାଯାଇଥିଲା। ଏହାପରେ ୧୦୮ଗରାରେ ସ୍ନାନ ପରେ ପ୍ରଭୁଙ୍କୁ ବେଶ କରାଯାଇଥିଲା । ସକାଳଧୂପ ଓ ଶିଙ୍କୁଡିଭୋଗ ପରେ ଭୋର ୪ଟାରେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ପହଡ ଖୋଲିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ ପ୍ରଧାନ,ଏସଡିପିଓ ସତ୍ୟବ୍ରତ ଲେଙ୍କା ଓ ଧବଳେଶ୍ୱର ବିଟହାଉସ ଅଧିକାରୀ ପ୍ରଦୀପ ସେଠ ସହିତ ଫୋର୍ସମାନେ ମୁତୟନ ହୋଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories