ଜୀବନବିନ୍ଦୁ ରକ୍ତଦାନ ଶିବିର ; ୧୫୫ ୟୁନିଟ ରକ୍ତ ସଂଗ୍ରହ
ଗୁରୁଡିଝାଟିଆ : ଘଣ୍ଟିଖାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ବିଜୁ ଛାଚ୍ର ଜନତା ଦଳର ଆଠଗଡ ସଭାପତି ଶକ୍ତିପ୍ରିୟ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୧୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜୀବନବିନ୍ଦୁ ରକ୍ତଦାନର ଆବାହକ ରାକେଶ ଦାସ, ବିଜୁ ଜନତାଦଳର ବ୍ଲକ ସଭାପତି ରବିନ୍ଦ୍ରନାଥ ରାଉତ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହୀତ କରିବା ସହ ସେମାନଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ଯୁବନେତା ତଥା ଆଠଗଡ ବିଜୁ ଯୁବ ଜନତାଦଳର ଉପସଭାପତି ରବିନ୍ଦ୍ର ବରାଳ ଓ ସରୋଜ ସ୍ୱାଇଁ ପଞ୍ଚାୟତର ରକ୍ତଦାତାଙ୍କୁ ରକ୍ତଦାନର ମହନୀୟତା ଓ ଏହାର ବିକଳ୍ପ ନାହିଁ ବୋଲି ବୁଝାଇବା ସହିତ ୧୫୫ ୟୁନିଟ ରକ୍ତ ସଂଗ୍ରହ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସରପଞ୍ଚ ଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ନାରୀନେତ୍ରୀ ବାସନ୍ତୀ ରାଉଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଜାନକୀଲତା ନାଏକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି ଓ ସ୍ଥାନୀୟ ପଞ୍ଚାୟତର ବିଜୁ ଛାତ୍ର ଜନତାଦଳର କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ। କଟକ ରେଡକ୍ରସ ରକ୍ତଭଣ୍ଡାରର ଚିକିତ୍ସକ ଡାକ୍ତର ଶ୍ରେୟାଂଶୁ ଶତପଥି ,ସରୋଜ କୁମାର ମହାନ୍ତି, ସଂଜୟ ପାତ୍ର, ସଞ୍ଜିବ କୁମାର ସ୍ୱାଇଁ, ରଞ୍ଜନ କୁମାର ଦାସ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।
Comments are closed.