www.samajalive.in
Saturday, December 6, 2025
16.1 C
Bhubaneswar

ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ – ଡିସିଜିଆଇ

ନୂଆଦିଲ୍ଲୀ: କ୍ରିକେଟ ଖେଳାଳିରୁ ସାଂସଦ ହୋଇଥିବା ଗୌତମ ଗମ୍ଭୀରଙ୍କ ‘ଜି.ଜି ଫାଉଣ୍ଡେସନ’ ବେଆଇନ ଭାବେ କରୋନା ଔଷଧ ‘ଫାବିଫ୍ଲୁ’ ମହଜୁଦ ରଖି ଅଡ଼ୁଆରେ ପଡ଼ିଛି। ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଗୁରୁବାର ଫାଉଣ୍ଡେସନ୍‌କୁ ଦୋଷୀ ସାବ୍ୟସ୍ତ କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟକୁ ଅବଗତ କରିଛନ୍ତି। ପୂର୍ବରୁ ଡିଜିସିଆଇ ଫାଉଣ୍ଡେସନ୍‌କୁ ନିର୍ଦୋଷ ଦର୍ଶାଇ ରିପୋର୍ଟ ଦେଇଥିଲେ। ବିଚାରପତି ବିପିନ ସାଂଘି ଓ ଯଶମିତ ସିଂହଙ୍କ ପୀଠ ଏ ସଂକ୍ରାନ୍ତ ଅଭିଯୋଗ ଉପରେ ସାନି ରିପୋର୍ଟ ଦାଖଲ ପାଇଁ ସୋମବାର ନିର୍ଦେଶ ଦେବା ପରେ ଡିଜିସିଆଇ ନିଜ ରିପୋର୍ଟରେ ସଂଶୋଧନ କରିଛନ୍ତି। ଏଥିସହିତ ଡ୍ରଗ୍ସ ଆଣ୍ଡ କସ୍‌ମେଟିକ୍‌ ଆଇନ ଆଧାରରେ ଫାଉଣ୍ଡେସନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚ ନ୍ୟାୟାଳୟକୁ ଜଣାଇଛନ୍ତି।

ସମାନ ଅପରାଧରେ ଆମ୍‌ ଆଦମୀ ପାର୍ଟି ବିଧାୟକ ପ୍ରବୀଣ କୁମାର ମଧ୍ୟ ଦୋଷୀ ବୋଲି ଡିଜିସିଆଇ ଉଚ୍ଚ ନ୍ୟାୟାଳୟକୁ ଅବଗତ କରାଇଛନ୍ତି। ଜାତୀୟସ୍ତରର ବନ୍ଧୁକ ଚାଳନାକାରୀ ଦୀପକ ସିଂହଙ୍କ ହୃଦୟ ଫାଉଣ୍ଡେସନ୍‌ ପକ୍ଷରୁ ରାଜନେତାମାନେ ବେଆଇନ ଭାବେ ଜରୁରୀ ବ୍ୟବହାର୍ଯ୍ୟ ଔଷଧ ଗଚ୍ଛିତ ରଖୁଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀରେ ଔଷଧର ଅଭାବ ନେଇ ସେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।

- Advertisement -

କରୋନା ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ‘ଫାବିଫ୍ଲୁ’ ଔଷଧ ନିଅଣ୍ଟ ପଡ଼ୁଥିବାବେଳେ ଏହାକୁ ଫାଉଣ୍ଡେସନ୍‌ ବିନାନୁମତିରେ ବିପୁଳ ପରିମାଣରେ (ପ୍ରାୟ ୨୬୨୮ ଷ୍ଟ୍ରିପ୍‌) ସଂଗ୍ରହ କରିବା ସହ ବେଆଇନ ଭାବେ ମହଜୁଦ ରଖିବା ଓ ମନଇଚ୍ଛା ଆବଣ୍ଟନ କରିଥିବା ସମ୍ପର୍କରେ ଡିଜିସିଆଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛନ୍ତି। ଡିସିଜିଆଇ ଏହି ଫାଉଣ୍ଡେସନକୁ ସମ୍ପୂର୍ଣ୍ଣ ନିର୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟା ଚଳାଇଥିବା ନେଇ ଚେତାବନୀ ଦିଆଯିବା ପରେ ଗୁରୁବାର ଉଚ୍ଚ ନ୍ୟାୟାଳୟରେ ସାନି ରିପୋର୍ଟ ଦାଖଲ କରି ଜଣାଇଛନ୍ତି ଯେ ଗୌତମ ଗମ୍ଭୀର ଫାଉଣ୍ଡେସନ ବେଆଇନ ଭାବରେ ଏହି ଔଷଧ ମହଜୁଦ ରଖିଥିଲା। ସେଥିପାଇଁ ଉକ୍ତ ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉକ୍ତ ଔଷଧ ଯୋଗାଣରେ ସମ୍ପୃକ୍ତ ବିକ୍ରେତା ଓ ଅନ୍ୟମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିଜିଆଇ କହିଛନ୍ତି। ଗମ୍ଭୀର ବେଆଇନ ଭାବେ ୧୨୦ ଅମ୍ଳଜାନ ସିଲିଣ୍ଡର କିଣିଥିବାର ଅଭିଯୋଗ ମଧ୍ୟ ରହିଛି। ଏଭଳି ଅଭିଯୋଗ ନେଇ ଆମ୍‌ ଆଦମୀ ପାର୍ଟି ବିଧାୟିକା ପ୍ରୀତି ତୋମାରଙ୍କ ବାବଦରେ ଡିଜିସିଆଇ ଦାଖଲ କରିଥିବା ରିପୋର୍ଟରେ ଉଚ୍ଚ ନ୍ୟାୟାଳୟ ସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରୀତି ଆପାତତଃ ମାମଲାରୁ ମୁକ୍ତ ହୋଇଛନ୍ତି; ତେବେ ଦୋଷୀ ସାବ୍ୟସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମାମଲାର ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ୬ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଡିଜିସିଆଇକୁ ପୀଠ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଆଇନାନୁଯାୟୀ, ଏହି ମାମଲାରେ ଦୋଷୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ଦିଆଯାଇପାରେ। ଡିଜିସିଆଇ ରିପୋର୍ଟ ପରେ ଗମ୍ଭୀର ଟ୍ବିଟ୍‌ କରି କୌଣସି ଭୁଲ୍‌ କାମ କରି ନ ଥିବା ଦାବି କରିଛନ୍ତି। ସହିଦ ଭଗତ ସିଂହଙ୍କ ଉକ୍ତି ‘ସର୍ବୋପରି ମୁଁ ଜଣେ ମଣିଷ ଏବଂ ମଣିଷଙ୍କ ପ୍ରତି କିଛି ସମସ୍ୟା ଆସିଲେ ମୁଁ ଚିନ୍ତିତ ହୋଇପଡ଼େ’କୁ ଉଦ୍ଧାର କରି ଜନତାଙ୍କ ସ୍ବାର୍ଥ ପାଇଁ ଯାହା ଆବଶ୍ୟକ ସେ କରିବେ ବୋଲି କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories