www.samajalive.in
Sunday, December 14, 2025
17.1 C
Bhubaneswar

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଚାନ୍ଦିପୁଟ : ବାହାଘର ଭୋଜିରେ ନାଚଗୀତରେ ସଭିଏଁ ମସଗୁଲ ଥିବା ବେଳେ ସାମାନ୍ୟ ଅବହେଳାରୁ ଅକାଳରେ ଚାଲିଗଲା ଦୁଇ ଦୁଇଟିର ନିରୀହ ଜୀବନ । ଜେନେରେଟର ଧୂଆଁରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ । ମୃତକ ମାନେ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ (୨୦) ଓ ଅମ୍ବିକା ନାୟକ(୧୨)। ସେହି ଗ୍ରାମର ଝୁମୁରି ନାୟକ (୭) ଗୁରୁତର ଭାବେ ଅସୁସ୍ଥ ଥିବା ବେଳେ ତାଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ‌୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ସୁଚନା ପ୍ରକାରେ ବେତାରସିଂ ଗ୍ରାମର କମଳ ନାୟକଙ୍କ ପରିବାରରେ ଗତକାଲି ବାହାଘର ଭୋଜି  କାର୍ଯ୍ୟ ଚାଲିଥିବା ବେଳେ ରାତିରେ ପାଲାନାଚ ଆୟୋଜିତ ହୋଇଥିଲା। ଗ୍ରାମରେ ବିଦ୍ୟୁତ ଥିଲେ ମଧ୍ୟ କାଳେ ବିଦ୍ୟୁତ ଚାଲିଯିବ ଭାବି ପାଲାନାଚରେ ଜେନେରେଟର ଲଗାଇଥିଲେ। ତେବେ କମଳ ନାୟକଙ୍କ ବାପା ମାଧବ ନାୟକ, ଭାଇ ଗଣେଷ ନାୟକ, ଦୁଇ ଝିଅ ଅମ୍ବିକା ଓ ଝୁମୁରୀ ନାୟକ ଶୋଇଥିବା ଘର ବାହାରେ ଜେନେରେଟର ଟି ରଖାଯାଇଥିବା ବେଳେ ସେଥିରୁ ନିର୍ଗତ ଧୂଆଁ ଘରେ ପଶିଯାଇଥିଲା । ଭୋର ୪ଟା ସମୟରେ କିଛି ବ୍ୟକ୍ତି ଉଠିବାକୁ ଯିବା ବେଳେ ବାପା ମାଧବ ନାୟକ କିଛି କଥା ବାର୍ତ୍ତା କରିନପାରି ଛଟପଟ ହେଉଥିଲେ ଏବଂ ଅନ୍ୟ ମାନେ ମଧ୍ୟ ଅଚେତ ଅବସ୍ଥାରେ ପଡିଥିବା ଦେଖିଥିଲେ। ତତକ୍ଷଣାତ ଗ୍ରାମବାସୀ ଚାରି ଜଣଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଗଣେଶ ନାୟକ (୨୦) ଓ ଅମ୍ବିକା ନାୟକ(୧୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ଝୁମୁରି ନାୟକ (୭)ଙ୍କ ଅବସ୍ଥା ମଧ୍ୟ ଖରାଫ ଥିବା ଯୋଗୁଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମାଧବ ନାୟକ ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ଜେନେରେଟର ଧୂଆଁରୁ ଶ୍ଵାସରୁଦ୍ଧ ହୋଇ ଏଭଳି ଘଟଣା ଘଟିଥିବା ଚନ୍ଦ୍ରଗିରି ମେଡିକାଲ ଅଫିସର କହିଛନ୍ତି । ଖବର ପାଇ ମେଡିକାଲରେ ଚନ୍ଦ୍ରଗିରି ପୁଲିସ ପହଞ୍ଚି ଶବକୁ ଜବତ୍ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି । ଶିବରାତ୍ରୀ ଭଳି ଆଜିର ଦିନରେ ଏଭଳି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories