www.samajalive.in
Sunday, December 14, 2025
26.1 C
Bhubaneswar

ଏନ୍ଏସିର ବିକାଶ ପାଇଁ ଏକ କୋଟି ଟଙ୍କାର ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସିକୁ ଅଧିକରୁ ଅଧିକ ବିକଶିତ କରିବା ପାଇଁ  ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପ୍ରତି ୱାର୍ଡ ମାନଙ୍କରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ସହ ଉନ୍ନତ ମାନର ରାସ୍ତା ଘାଟ  ପାଇଁ  ମୋଟ ୩,୬୩,୪୨୦୦ ଟଙ୍କାର  ବ୍ୟୟ ଅଟକଳ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୧,୦୯,୦୦,୦୦୦ ଟଙ୍କାରର ବ୍ୟୟ ଅଟକଳ ପାଇଁ ଶିଳାନ୍ୟାସ କରିଛନ୍ତି । ତନ୍ମଧ୍ୟରୁ ୱାର୍ଡ  ନଂ ୧ ପାଇଁ ୧୩,୦୦,୦୦୦ ଟଙ୍କା, ୱାର୍ଡ ନଂ ୪ ପାଇଁ ୩୮,୦୦,୦୦୦ ଟଙ୍କା, ୱାର୍ଡ ନଂ ୬ ପାଇଁ ୪,୬୫,୦୦୦ ଟଙ୍କା, ୱାର୍ଡ ନଂ ୭ ପାଇଁ ୬,୮୦,୦୦୦ ଟଙ୍କା, ୱାର୍ଡ ନଂ ୮ ପାଇଁ ୧୬,୦୦,୦୦୦ ଟଙ୍କା, ୱାର୍ଡ ନଂ ୯ ପାଇଁ ୧୩ ,୦୦,୦୦୦ ଟଙ୍କା, ୱାର୍ଡ ନଂ ୧୦ ପାଇଁ ୧୮,୦୦,୦୦୦ ଟଙ୍କାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୱାର୍ଡ ବାସୀଙ୍କ ସହ ଶିଳାନ୍ୟାସ କରିଛନ୍ତି ।ଏହି ସମସ୍ତ କାମ ଗୋଟିଏ ମାସ ସମୟ ମଧ୍ୟରେ ସମ୍ପୂର୍ଣ କରିବା ପାଇଁ  ବିଧାୟିକା ଏନ୍ଏସି  ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି। ଅଞ୍ଚଳ ବାସୀଙ୍କ ପାନୀୟ ଜଳ, ରାସ୍ତାଘାଟ, ଅଲୋକିକରଣ, କଲ୍ୟାଣ ମଣ୍ଡପ  ଆଦି  ସମସ୍ୟାକୁ ଦୂର କରିବା ପାଇଁ  ସେ ଏହି ବ୍ୟୟ ଅଟକଳ ରଖିଛନ୍ତି । ଏହି ଶିଳାନ୍ୟାସ ସମୟରେ ବିଧାୟିକାଙ୍କ ସହ ସିଦ୍ଧାର୍ଥ ଶଙ୍କର ପଣ୍ଡା,ଏନ୍ଏସି ଅଧ୍ୟକ୍ଷା ଦୀପାଞ୍ଜଳୀ ଭୋରାଶାଗର, ମନୋଜ ପ୍ରଧାନ, ବଳଦେବ ପ୍ରଧାନ, ଆରତୀ  ନାଏକ, ରବି ଗୁପ୍ତା, ବିନୋଦ ପ୍ରଧାନ, ବିକ୍ରମ ଦାଶ, ଅଜିତ ଦାଶ ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories