www.samajalive.in
Friday, December 12, 2025
15.1 C
Bhubaneswar

ପ୍ରସିଦ୍ଧ ଅଷ୍ଟଶମ୍ଭୁ ପୀଠ ବାବା ବିଶ୍ୱେଶ୍ୱର ମନ୍ଦିରରେ ମହାଶିବରାତ୍ରୀ

ରେଙ୍ଗାଲିକ୍ୟାମ୍ପ : ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ଶୈବ ପୀଠ ମଧ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଅତାବିରା ବ୍ଲକ ସରଣ୍ଡା ସ୍ଥିତ ଅତି ପ୍ରାଚୀନ ଶୈବ ପୀଠ ବାବା ବିଶ୍ଵେଶ୍ୱର ଶିବ ମନ୍ଦିରରେ ଶନିବାର ମହାଶିବରାତ୍ରୀ  ଅବସରରେ  ହଜାର ହଜାର ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଥିଲା। ଏହି ବିଶ୍ୱେଶ୍ୱର ଶିବ ମନ୍ଦିରଟି ଜାତୀୟ ରାଜପଥ କଡ଼ରେ ଥିବାରୁ ପ୍ରତିବର୍ଷ  ଅଧିକ ସଂଖ୍ୟକ ଭିଡ଼ ଦେଖିବାକୁ ମିଳିଥାଏ। ତେବେ  ଆଜି ଏହି ଶିବ ରାତ୍ରି ଅବସରରେ ସକାଳ ୨ଟା ରୁ ଭକ୍ତଙ୍କ  ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଏହି ଶୈବ ପୀଠରେ ସକାଳ ୨ ଟାରେ  ମଙ୍ଗଳ ଆରତୀ ପରେ ନୀତିକାନ୍ତି ଓ ପୂଜା ପରେ ବାବାଙ୍କୁ ଭକ୍ତ ମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ।
ପୀଠରୁ ବାବା  ବିଶ୍ୱେଶ୍ଵର ଓ ମାତା ପାର୍ବତୀଙ୍କୁ ରଥାରୂଢ଼ କରି ଆଖ ପାଖ ଗ୍ରାମ ମାନଙ୍କରେ ପରିକ୍ରମା ମଧ୍ୟ କରାଯାଉଛି । ଏହି ସମୟରେ ଗ୍ରାମର ପ୍ରତି ଘର ସମ୍ମୁଖରେ ଝୋଟି କଳସ ବସାଇ ବାବାଙ୍କ ପଦଧଉତ କରିବା ସହ  ଦର୍ଶନ କରି ପରମ ଆତ୍ମ ସନ୍ତୋଷ ଅନୁଭବ କରିଥାନ୍ତି। ଶିଶୁ ମାନଙ୍କ ପାଇଁ ମୀନା ବଜାର ମୁଖ୍ୟ ଆକର୍ଷଣ ରହିଛି। ଏହି ସବୁ କାର୍ଯ୍ୟକ୍ରମ  ମନ୍ଦିର କମିଟିର ସଭାପତି ସଚିଦା ମିଶ୍ର ଓ  ସମ୍ପାଦକ ବିନୋଦ ମେହେରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହେଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories