ଖସିଲା ଘରୋଇ ପୁଞ୍ଜିବଜାର

ମୁମ୍ବଇ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସ ଜିଡିପି ଅଭିବୃଦ୍ଧି ସମ୍ପର୍କିତ ତଥ୍ୟ ୪.୫%କୁ ଖସି ଆସିବାର ନକାରାତ୍ମକ ପ୍ରଭାବ ପଡିଛି ଘରୋଇ ପୁଞ୍ଜିବଜାର ଉପରେ। ଫଳରେ ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୩୩୬ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି। ସେନ୍‍ସେକ୍ସରେ ୩୩୬(୩୩୬.୩୬) ପଏଣ୍ଟ ହ୍ରାସ ଘଟି ୪୦,୭୯୩.୮୧ ପଏଣ୍ଟରେ କାରବାର ଶେଷ ହୋଇଛି।

prayash

ସେହିପରି ଶୁକ୍ରବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୯୫.୧୦ ପଏଣ୍ଟ ହ୍ରାସ ଘଟି ୧୨,୦୫୬.୦୫ ପଏଣ୍ଟରେ କାରବାର ଶେଷ ହୋଇଛି। କାରବାରରେ ରିଅଲ୍ଟି କ୍ଷେତ୍ରକୁ ଛାଡିଦେଲେ ସେନ୍‌ସେକ୍ସର ଅନ୍ୟ ସମସ୍ତ କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା। ଶୁକ୍ରବାର ସାଂଘାଇ, ଟୋକିଓ, ସିଓଲ୍‌,ହଂକଂ ସମେତ ୟୁ​‌େ​‌ରାପୀୟ ବଜାରରେ କାରବାର ନକାରାତ୍ମକ ରହିଥିଲା। ଅନ୍ୟପକ୍ଷରେ ୟୁରୋପୀୟ ବଜାରରେ କାରବାର ଉତ୍ସାହଜନକ ରହିଥିଲା।

Comments are closed.