www.samajalive.in
Monday, December 15, 2025
26.1 C
Bhubaneswar

ଉଦ୍ଧାର ପାଇବେ କି ଉଦ୍ଧବ? ଆଜି ଆସ୍ଥା ଭୋଟ

ମୁମ୍ବଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି। ଅପରାହ୍ଣ ୧ଟାରେ ଉଦ୍ଧବ ନରିମାନ ପଏଣ୍ଟସ୍ଥିତ ସଚିବାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ସହିତ ପୁତ୍ର ଆଦିତ୍ୟ ଠାକରେ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶନିବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ଅଧିବେଶନରେ ଉଦ୍ଧବ ନିଜର ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏହି ସ୍ବତନ୍ତ୍ର ଅଧିବେଶନରେ ବିଧାନସଭାର ସ୍ଥାୟୀ ବାଚସ୍ପତି ନିର୍ବାଚନ କରାଯିବ। ଉଦ୍ଧବଙ୍କ ନେତୃତ୍ବ ମହାବିକାଶ ଅଘାଡି ସରକାର ପଛରେ ୧୬୬ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛି। ତେବେ ବିଧାୟକଙ୍କ ସମର୍ଥନ ସଂଖ୍ୟା ୧୭୦ରେ ପହଞ୍ଚିଥିବା ମେଣ୍ଟ ସରକାର କହିଛି। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ନିମନ୍ତେ ଏନସିପି ବିଧାୟକ ଦିଲୀପ ୱାଲସେ ପାଟିଲଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରାଯାଇଛି।

ପୂର୍ବରୁ ବିଜେପି ବିଧାୟକ କାଳିଦାସ କୋଳମ୍ବକରଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରାଯାଇଥିଲା। ଦେବେନ୍ଦ୍ର ଫଡନବିସଙ୍କ ନେତୃତ୍ବ ସରକାରର ଆସ୍ଥା ଭୋଟର ପ୍ରମାଣ ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ କାଳିଦାସଙ୍କୁ ପ୍ରଥମେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରାଯାଇଥିଲା। ତେବେ ଆସ୍ଥା ଭୋଟ ପୂର୍ବରୁ ଫଡନବିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ରାଜ୍ୟରେ ଶିବସେନା-ଏନସିପି-କଂଗ୍ରେସ ମହାବିକାଶ ଅଘାଡି ସରକାର ଗଠନ ହୋଇଥିଲା। ଗୁରୁବାର ଐତିହାସିକ ଶିବାଜୀ ପାର୍କରେ ଉଦ୍ଧବ ଠାକରେ ଏହି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ସହିତ ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories