www.samajalive.in
Sunday, December 14, 2025
23.1 C
Bhubaneswar

ନକଲି ଗଢୁଛି ଅସଲି – ୯ ଶିକ୍ଷକଙ୍କ ବିରୁଦ୍ଧରେ ଏତଲା ନିର୍ଦ୍ଦେଶ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଜାଲ ପ୍ରମାଣପତ୍ର ବଳରେ ଚାକିରି କରିଥିବା ୯ଜଣ ଶିକ୍ଷକଙ୍କ ବିରୋଧରେ ତୁରନ୍ତ ଏତଲା ଦାୟର କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷା ଅଧିକାରୀ ଡ.ସନାତନ ପଣ୍ଡା ଗଞ୍ଜାମ ଜିଲାର ୩ଟି ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଆସିକା, କବିସୂର୍ୟ୍ୟନଗର ଓ ଖଲ୍ଲିକୋଟ ବ୍ଲକ ଶିକ୍ଷା ଅଧିକାରୀମାନେ ନିଜ ନିଜ ଅଞ୍ଚଳର ଥାନାରେ ୯ଜଣଙ୍କ ବିରୋଧରେ ଏତଲା ଦାୟର କରିବାକୁ ନିର୍ଦେଶ ହୋଇଛି। ଏହାସହ ୧୯୬୨ର ଧାରା ୧୫ଓସିଏସ ପ୍ରକାରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କବିସୂର୍ୟ୍ୟନଗର ବ୍ଲକ ଅନ୍ତର୍ଗତ ରାମ୍ପୁଡି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମଦନମୋହନ ସ୍ୱାଇଁ, ପିଠାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ କୁନିକୁମାରୀ ବେହେରା, କନିଆରି ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରକାଶଚନ୍ଦ୍ର ବିଷୋୟୀ ଓ ସେହି ବ୍ଲକର ନିନ୍ଦିଆଗଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପଞ୍ଚାନନ ନାହାକ, ଖଲ୍ଲିକୋଟ ବ୍ଲକର ପୁସ୍ତପୁର ବିଦ୍ୟାଳୟର ଶିକ୍ଷକ ସୁନିଲକୁମାର ପାଳ, ଆସିକା ବ୍ଲକର ହରିଡାପଦର ବିଦ୍ୟାଳୟର ସହକାରୀ ଶିକ୍ଷକ ବାଳକୃଷ୍ଣ ପଣ୍ଡା, କେନ୍ଦୁପଦର ବିଦ୍ୟାଳୟର ଶିକ୍ଷକ ଅଶୋକ ସାହୁ ଏବଂ ସାହାପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବରାମ ପଣ୍ଡାଙ୍କ ବିରୋଧରେ ଏତଲା ଦାୟର କରିବାକୁ ଜିଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହାକୁ ମିଶାଇ ମୋଟ ୧୬ଜଣ ଶିକ୍ଷକଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories