www.samajalive.in
Sunday, December 14, 2025
26.1 C
Bhubaneswar

ଡିସେମ୍ବର ୧୫ ଯାଏଁ ବଢିଲା ଫାସ୍‌ଟ୍ୟାଗ୍‌ ସୀମା

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ଫାସ୍‌ ଟ୍ୟାଗ୍‌ ସମୟ ସୀମାକୁ ଡିସେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି। ଆସନ୍ତା ମାସ ପହିଲାରୁ ଦେଶର ଜାତୀୟ ରାଜପଥଗୁଡିକର ଟୋଲ ପ୍ଲାଜାଗୁଡ଼ିକରେ ରେଡିଓ-ଫ୍ରି‌େ​କ୍ବ​ନ୍ସି-ଆଇଡେଣ୍ଟିଫିକେଶନ୍‌ (ଆର୍‌ଏଫ୍‌ଆଇଡି) ଆଧାରିତ ଫାସ୍‌ ଟ୍ୟାଗ ଜରିଆରେ ଟୋଲ ଆଦାୟ ବ୍ୟବସ୍ଥା କାର୍ୟ୍ୟକାରୀ ଯୋଜନା ରହିଥିଲା। ଗାଡିଚାଳକ ଏବଂ ମାଲିକଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଫାସ୍‌ ଟ୍ୟାଗ କାର୍ୟ୍ୟକାରିତା ଅବଧି ଆଉ ୧୫ ଦିନ ବଢାଇ ଦେଇଛନ୍ତି। ଫାସ୍‌ ଟ୍ୟାଗ ହେଉଛି ଏକ ଷ୍ଟିକର ଯାହାକୁ ଗାଡିର ୱିଣ୍ଡ ସ୍କ୍ରିନ୍‌ରେ ଲଗାଯିବ। ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।

ଘରୋଇ ହେଉ କି ବ୍ୟବସାୟିକ ଗାଡ଼ି ହେଉ ସମସ୍ତଙ୍କ ଲାଗି ଫାସ୍‌ ଟ୍ୟାଗ ବାଧ୍ୟତାମୂଳକ। ଯେଉଁ ଗାଡ଼ିରେ ଫାସ୍‌ ଟ୍ୟାଗ୍ ନ ଥିବ ଉକ୍ତ ଗାଡ଼ିଠୁ ଟୋଲ ପ୍ଲାଜାରେ ଦୁଇ ଗୁଣା ଟୋଲ୍ ଟିକସ ଆଦାୟ କରାଯିବ ବୋଲି ଦୂର୍ବରୁ ସରକାର ସ୍ପଷ୍ଟ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories