www.samajalive.in
Sunday, December 14, 2025
19.1 C
Bhubaneswar

ଡାଭିସ୍‍କପ୍‍ – ଭାରତ ପାକିସ୍ତାନଠାରୁ ୨-୦ରେ ଅଗ୍ରଣୀ

ସମାଜ ପୋର୍ଟାଲ ଡେସ୍କ: ଡାଭିସ୍‍କପ୍‍ ଟାଇରେ ପାକିସ୍ତାନଠାରୁ ୨-୦ରେ ଅଗ୍ରଣୀ ରହିଛି ଭାରତ। ଭାରତର ରାମକୁମାର ରାମନାଥନ ଓ ସୁମିତ ନାଗଲ ସେମାନଙ୍କର ପାକିସ୍ତାନୀ ପ୍ରତିପକ୍ଷଙ୍କୁ ଶୁକ୍ରବାର ନୁର୍‍ସୁଲତାନରେ ପରାସ୍ତ କରିଛନ୍ତି। ରାମକୁମାର ଓପନିଂ ସିଙ୍ଗଲ୍ସରେ ମାତ୍ର ୪୨ ମିନିଟ୍‍ ମଧ୍ୟରେ ପାକିସ୍ତାନର ମହମ୍ମଦ ସୋଏବଙ୍କୁ ପରାସ୍ତ କରିଥିଲେ। ସେହିଭଳି ସୁମିତ ନାଗଲ ପାକିସ୍ତାନର ହୁଫାଇଜା ମହମ୍ମଦ ରେହେମାନ ୬-୦ ଓ ୬-୨ରେ ପରାସ୍ତ କରିଛନ୍ତି। ପାକିସ୍ତାନର ପ୍ରମୁଖ ଖେଳାଳିମାନେ ଏକ ନିରପେକ୍ଷ ସ୍ଥାନରେ ମ୍ୟାଚ୍‍ କରାଯିବା ପାଇଁ ପ୍ରତିବାଦ କରି ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁନଥିବାରୁ ପାକିସ୍ତାନର ସେହି ଖେଳାଳିମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁନାହାନ୍ତି।

ଭାରତର ଲିଆଣ୍ଡର ପେସ୍‍ ଓ ପ୍ରଥମ କରି ଖେଳୁଥିବା ଜୀବନ ନେଦୁନ୍‍ ଚେଝିଆନ୍‍ ଆସନ୍ତାକାଲି ଡବଲ୍ସ ପ୍ରତିଯୋଗୀତାରେ ହୁଫାଇଜା ଓ ଶୋଏବଙ୍କୁ ଭେଟିବେ। ଭାରତ ପାକିସ୍ତାନ ବିପକ୍ଷରେ କୌଣସି ଟାଇରେ ହାରିନାହିଁ। ଏପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହ ୬ଟି ମ୍ୟାଚ୍‍ ଖେଳି ସାରିଛି। ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିବ ବୋଲି ଆଶା କରାଯାଉଛି। ଆଜି ବିଜୟୀ ହେଲେ ଲିଆଣ୍ଡର ପେସ୍‍ ଡାଭିସ୍‍କପ୍‍ ଇତିହାସରେ ସର୍ବାଧିକ ଡବଲ୍ସ ବିଜୟୀ ହେବାର ରେକର୍ଡ ସୃଷ୍ଟି କରିବେ। ୪୩ଟି ମ୍ୟାଚରେ ବିଜୟୀ ହୋଇ ତାଲିକାର ଶୀର୍ଷରେ ଅଛନ୍ତି। ବିଜୟୀ ପ୍ରତିଯୋଗୀ ୱାର୍ଲ୍ଡ୍‍ ଗ୍ରୁପ୍‍ କ୍ୱାଲିଫାୟାର୍‍ ପାଇଁ କ୍ରୋଏସିଆ ଯାତ୍ରା କରିବେ। ୨୦୨୦ ମାର୍ଚ୍ଚ ୬ ଓ ୭ ତାରିଖରେ କ୍ରୋଏସିଆରେ ଏହି କ୍ୱାଲିଫାୟାର୍‍ ଅନୁଷ୍ଠିତ ହେବ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories