ନୂଆଦିଲ୍ଲୀ: ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସରକାର ଜଳବାୟୁ ପରିବର୍ତ୍ତନ ଉପରେ ଜାତୀୟ କ୍ରିୟାନୁଷ୍ଠାନ ଯୋଜନା ଅଧୀନରେ ଏକ ଜାତୀୟ ସମୁଦ୍ରତଟ ମିଶନ୍ ସ୍ଥାପନ କରିବାକୁ ଚିନ୍ତା କରୁଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଜାଭଡେକର କହିଛନ୍ତି, ଜଳବାୟୁ ପରିବର୍ତ୍ତନର ସମୁଦ୍ରତଟ ଓ ସାମୁଦ୍ରିକ ପରିବେଶ, ମୌଳିକ ଢାଞ୍ଚା ଏବଂ ତଟବର୍ତ୍ତୀ ଅଞ୍ଚଳ ଲୋକମାନଙ୍କ ଉପରେ ପଡ଼ୁଥିବା ପ୍ରଭାବର ଅଧ୍ୟୟନ କରି ଏହାର ସମାଧାନ ପାଇଁ ଉପାୟମାନ ବାହାର କରିବ।
ସେ କହିଛନ୍ତି, ସରକାର ସମୁଦ୍ର ତଟ ଓ ସାମୁଦ୍ରିକ ପରିବେଶର ସଂରକ୍ଷଣ, ସୁରକ୍ଷା ଓ ପରିଚାଳନା ପାଇଁ ୨୦୧୦ ମସିହାରେ ସମନ୍ୱିତ ସମୁଦ୍ରତଟ ଜୋନ୍ ପରିଚାଳନା ପ୍ରକଳ୍ପ ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ୧୪୦୦ କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ଏହା ଗୁଜୁରାଟ, ଓଡିଶା ଏବଂ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହୋଇଛି।



