କ୍ବାରେଣ୍ଟାଇନ‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର୍‌, ଅଳ୍ପକେ ବର୍ତ୍ତିଲେ ୩୨ ପ୍ରବାସୀ

ଭଦ୍ରକ : କ୍ବାରେଣ୍ଟାଇନ‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ହଠାତ ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଯାଇଥିଲା । ଯାହା ଫଳରେ ଅଗ୍ନିକାଣ୍ଡ ଘଟିଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତର ଭଗିବିନ୍ଧା କ୍ବାରେଣ୍ଟାଇନ ସେଣ୍ଟରରେ । କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ରୋଷେଇ ଚାଲିଥବା ବେଳେ ହଠାତ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା । ଯାହା ଫଳରେ ରୋଷେଆ ଆହାତ ହେବା ସହ ରୋଷେଇ ଘରର ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ଆସି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ ୩୨ ଜଣ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାଅନୁସାରେ ଗତକାଲି ସନ୍ଧ୍ୟାରେ ପ୍ରବାସୀଙ୍କ ପାଇଁ ରାତ୍ରୀ ଭୋଜନ ପ୍ରସ୍ତୁତ ହେବା ସମୟରେ କୌଣସି କାରଣରୁ ଗ୍ୟାସ୍‌ ଲିକ୍ ହୋଇ ଅଗ୍ନିକାଣ୍ଡ ହେବାସହ‌ ଗ୍ୟାସ୍‌ ସିଲିଣ୍ଡର୍ ଫାଟି ଯାଇଥିଲା ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.