www.samajalive.in
Monday, December 15, 2025
17.1 C
Bhubaneswar

ଅଷ୍ଟମ ଶ୍ରେଣୀ ଛାତ୍ର ହରାଇଛନ୍ତି ଦୁଇଟି କିଡନୀ, ପ୍ରତିରୋପଣ ପାଇଁ ଦରକାର ୧୮ଲକ୍ଷ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ଡି.ତ୍ରିନାଥ ପାତ୍ରଙ୍କ ପୁଅ ଡି.ସୁଶାନ୍ତ(ଅଷ୍ଟମ ଶ୍ରେଣୀ ଛାତ୍ର) ଙ୍କ ପେଟ ବ୍ୟଥା ଆରମ୍ଭ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କାରାଯାଇଥିଲା। ସୁଶାନ୍ତର ଶାରୀରିକ ଅସୁସ୍ଥତା ବଢ଼ିବା ଯୋଗୁଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ଭୁବନେଶ୍ୱରଏମ୍‌ସକୁ ଅଣାଯାଇଥିଲା। ସେଠାରେ ପରୀକ୍ଷା ପରେ ସୁଶାନ୍ତର ଦୁଇଟି ଯାକ କିଡନୀ କାମ କରୁନ ଥିବା ଜଣାପଡ଼ିଥିଲା।

 

- Advertisement -

ଏହାପରେ ଛତିଶଗଡ଼ ଅନ୍ତର୍ଗତ ରାୟପୁରସ୍ଥିତ ଡିକେଏସ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ କହିବା ଅନୁଯାୟୀ ଦୁଇଟି କିଡନୀ ପ୍ରତିରୋପଣ କରାଗଲେ ସୁଶାନ୍ତ ସୁସ୍ଥ ହୋଇପାରିବ। ଏଥିପାଇଁ ପ୍ରାୟ ୧୮ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ। ଏହି କଥା ଶୁଣି ଛାତ୍ରଙ୍କ ବାପା ଡି.ତ୍ରିନାଥ ପାତ୍ର ଓ ମା ସାବିତ୍ରୀଙ୍କ ସତେ ଯେପରି ପାଦ ତଳୁ ମାଟି ଖସି ଯାଇଛି। ପୁଅ ସୁଶାନ୍ତ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ସୁଶାନ୍ତଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଇଛି। ଚିକିତ୍ସା ପାଇଁ କେହି ସହୃଦୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇଦେଲେ ପୁଅ ସୁଶାନ୍ତଙ୍କ ଜୀବନ ବଞ୍ଚିଯାଇପାରିବ ବୋଲି ବାପା ଆଶା ରଖିଛନ୍ତି। ସୁଶାନ୍ତଙ୍କୁ ସହାୟତା ପ୍ରଦାନ କରିବାକୁ ଆଗ୍ରହୀ ଥିବା ବ୍ୟକ୍ତି ୯୯୩୭୯୮୦୩୦୪ ଯୋଗାଯୋଗ କରିପାରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories