www.samajalive.in
Monday, December 15, 2025
26.1 C
Bhubaneswar

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନବରଙ୍ଗପୁର: ଜାତି ଆଧାରିତ ଜନଗଣନା ଓ ପଛୁୃଆବର୍ଗ ଜନଗଣନା କରିବା, କୃଷି ଆଇନ ପ୍ରତ୍ୟାହାର, ଇଭିଏମ ବନ୍ଦ କରିବା, ଘରୋଇ କ୍ଷେତ୍ରରେ ଆରକ୍ଷଣ ଲାଗୁକରିବା, ପୁରୁଣା ଭତ୍ତା ଲାଗୁ ଯୋଜନା କରିବା, ଓଡିଶାରେ ଶିକ୍ଷା, ଚାକିରୀ ଓ ରାଜନୀତିରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ଲାଗୁ କରିବା, ନାରୀ ନିର୍ଯ୍ୟାତବା ବନ୍ଦ କରିବା ଓ ଦୋଷୀଙ୍କୁ ଫାଶୀ ଦଣ୍ଡର ପ୍ରାବଧାନ କରିବା ଦାବି କରି ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ନବରଙ୍ଗପୁର ଜିଲା ପକ୍ଷରୁ ଜିଲାପାଳଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ଦାବି ପୁରଣ ନହେଲେ ମୋର୍ଚ୍ଚାର ନିଷ୍ପତ୍ତି ପ୍ରକାରେ ଆସନ୍ତା ଆସନ୍ତା ୨୫ ରେ ଜେଲଭରୋ ଆନ୍ଦୋଳନ ଓ ଡିସେମ୍ବର ୧୦ରେ ଭାରତ ବନ୍ଦ କରାଯିବ ବୋଲି କୁହାଯାଇଛି।

ଏଥିରେ ଅବିଭକ୍ତ କୋରାପୁଟ ଜିଲା ମୂଳ ନିବାସୀ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ, ଭାରତ ମୁକ୍ତି ମୋର୍ଚ୍ଚାର ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଜାଲ, ରାଜ୍ୟ ଉପସଭାପତି ନରହରି ନାୟକ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର କଳାହାଣ୍ଡି ପ୍ରଭାରୀ ଚନ୍ଦ୍ର ଶେଖର ଗୋପାଳ, ଚିଙ୍କୁ ଭତରା, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଜିଲା ସଭାପତି ଲବ ଗୈାଡ, ଜିଲା ଯାଦବ ସମାଜ ସଭାପତି କାର୍ତ୍ତୀକ ବାଘ, ବବ୍ରୁବାହନ ନାୟକ,ବେଲାଲ ସେନ ମିର୍ଗାନ, ଚୈତୁ ଜାନୀ ଓ ଅନୀଲ ଦାସ ପ୍ରମୂଖ ଧାରଣାରେ ବସିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories