www.samajalive.in
Sunday, December 14, 2025
26.1 C
Bhubaneswar

ଗୋପାଳପୁର କଲେଜରେ ଯୁବ ରେଡକ୍ରସ୍ ଶିବିର ଉଦଯାପିତ

ଗୋପାଳପୁର: ଗୋପାଳପୁର ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତରଫରୁ ଆୟୋଜିତ ହୋଇଥିବା ତିନିଦିନିଆ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି। ଅନୁଷ୍ଠିତ ହୋଇଥିବା ୨ୟ ଦିନର କାର୍ଯ୍ୟକ୍ରମରେ ମଣିତାର କଲେଜର ଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ଦିଲୀପ କୁମାର ଆଚାର୍ଯ୍ୟ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଆଲୋକପାତ କରିଥିଲେ। ତୃତୀୟ ଦିନରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଯୋଜକ ଯୋଗ ବି. ଗୋବିନ୍ଦ ରାଓ ଯୋଗ ଦେଇ ଦେଇ ବିପର୍ଯ୍ୟୟ ପରିଚାଳନା ବିଷୟରେ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରସାଦ ମହାବିଦ୍ୟାଳୟର ଲୋକନାଥ ମହାନ୍ତି ସଡ଼କ ସୁରକ୍ଷା ଉପରେ ପରାମର୍ଶ ପ୍ରଦାନ କରିଥିଲେ।

ଅରୁଣା ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଡ଼ଃ ଲୋକନାଥ ମିଶ୍ର ଏଡସ ସମ୍ପର୍କରେ ଆଲୋକପାତ କରିଥିଲେ। ଜୁନିୟର ରେଡ଼କ୍ରସର ଆଜୀବନ ସଦସ୍ୟ ଅବସରପ୍ରାପ୍ତ ଶିକ୍ଷକ ସରୋଜ କାନ୍ତ ରଥ ମୁଖ୍ୟ ବ୍ୟକ୍ତା ଭାବେ ଯୋଗ ଦେଇ ଯୁବ ରେଡ଼କ୍ରସର ଉଦ୍ଦେଶ୍ୟକୁ ସଫଳ ରୂପାୟନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ। ଯୁବ ରେଡ଼କ୍ରସର ଅଧିକାରୀ ତଥା ଗୋପାଳପୁର କଲେଜର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ରାମଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ତିନୋଟି କଲେଜର ୨୫ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ତତ୍ ସହ ଅନୁଷ୍ଠିତ କୁଇଜ ଏବଂ ରଚନା ପ୍ରତିଯୋଗିତାରେ କୄୄତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଡି ରାଜେନ୍ଦ୍ର ପାତ୍ର, ଅବନ୍ତିକ ଦଳେଇ, ଡ଼ି .ବିଜୟ କୁମାର ପାତ୍ର ଙ୍କୁ ଉତ୍ତମ ସ୍ୱେଚ୍ଛାସେବକ ପ୍ରମାଣପତ୍ର ଦିଆଯାଇଥିଲା।

- Advertisement -

କାର୍ଯ୍ୟକ୍ରମରେ ଡ଼ଃ ପିତାମ୍ବର ବିଷୋୟୀ, ଡ଼ଃ ମନୋଜ ପଟ୍ଟନାୟକ, ଡ଼ଃ ଆଶୁତୋଷ ଷଡ଼ଙ୍ଗୀ, ଡ଼ଃ ରାମ ପ୍ରସାଦ ପଣ୍ଡା, ଲକ୍ଷ୍ମଣ ପାଳ, ଶଶୀଭୂଷଣ ସରକାର ମହାବିଦ୍ୟାଳୟର ଡ଼ଃ ସୂର୍ଯ୍ୟମଣି ପାତ୍ର, ରାମ ନାରାୟଣ ମହାବିଦ୍ୟାଳୟର ଡ଼ଃ ଉଷାରାଣୀ ବ୍ରହ୍ମା, ଡ଼ଃ ହରିହର ମୁନି, ଉମାକାନ୍ତ ସାହୁ, ହରିଚନ୍ଦ୍ର ବିଷୋୟୀ, ଜି ଗଣେଷ, ଅନିଲ ଯାଦବ, ଛାତ୍ର ବି .ବାଲେୟା ପାତ୍ର, ଡ଼ି .ରାଜେନ୍ଦ୍ର ପାତ୍ର, ବିଜୟ ପାତ୍ର, ବର୍ଷରାଣୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଯୁବ ରେଡ଼କ୍ରସ ସଂଯୋଜକ ଡ଼ଃ ରାମ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories