www.samajalive.in
Sunday, December 7, 2025
26.1 C
Bhubaneswar

ରାସ୍ତା ନିର୍ମାଣ ଅବଧି ସରିଲାଣି, ଶେଷ ହୋଇ ନାହିଁ କାମ , ଜନ ଅସନ୍ତୋଷ

ଗଞ୍ଜାମ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହେଉଥିବା ୧୬ନମ୍ବର ଜାତୀୟ ରାଜପଥ ଠାରୁ ପ୍ରୟାଗି ଭାୟା ଗୋଖର କୁଦା ରାସ୍ତାଟି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଏପରିକି ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବାରେ ଅବଧି ସରିଥିଲେ ମଧ୍ୟ ଆଦ୍ୟାବିଧି ତାହା ହୋଇପାରିନାହିଁ। ଯାହାଫଳରେ ଏହି ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭର କରୁଥିବା ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକାଦାର କାମ କରିବାରେ ଅବହେଳା କରୁଥିବା ନେଇ ଲୋକମାନେ ଅଭିଯୋଗ ଆଣିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦୃଢ ଦାବୀ ହେଉଛି।
ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେରେ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ପ୍ରୟାଗି ଭାୟା ଗୋଖର କୁଦା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୧୬୭.୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଉକ୍ତ ରାସ୍ତା କାର୍ଯ୍ୟ ୧୨.୧୧.୨୧ରେ ଆରମ୍ଭ ହୋଇ ୧୧.୮.୨୨ରେ ଶେଷ ହେବାର ଲକ୍ଷ୍ୟ ରହିଥିଲା । କିନ୍ତୁ ଅଦ୍ୟାବଧି କାର୍ଯ୍ୟ ଶେଷ ହୋଇନି । ଫଳରେ ସେହି ରାସ୍ତାରେ ଯାତାୟାତ କରୁଥିବା ଗ୍ରାମ ଯଥା ପୁରୁଣା ପୋଡମ ପେଟା, କଣ୍ଟିଆ ଗଡ଼, ନୀଳାଦ୍ରି ପୁର, ମୟୁର ପଦା, ଖଟୁଆ କୁଦା, ଗୋଖର କୁଦା,ପ୍ରୟାଗି, ପାଲୁର, ପୋଡ଼।ଗଡ଼, ଝାଟି ପଦର, ତଥା ଅନ୍ୟାନ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସେହି ରାସ୍ତାରେ ଏଭଳି ଭାବେ ଗୋଡି ପଡିଛି ବାଇକରେ ଯିବା ଓ ଚାଲିକି ଯିବା କଷ୍ଟକର ବ୍ୟାପାର ହେଉଛି। ରାସ୍ତାରେ ପଡି ଅନେକ ଲୋକ ଆହତ ହେଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଯଥା ଶୀଘ୍ର ଉଦ୍ୟମ ହେବା ଦରକାର ବୋଲି ସାଧାରଣରେ ଦାବୀ ହେଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories